ଓଡିଶା

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନୂଆବର୍ଷ ଶୁଭେଚ୍ଛା ଜଣାଇବା ପାଇଁ କେହି ନ ଆସିବାକୁ ଅନୁରୋଧ

ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନୂଆବର୍ଷ ଶୁଭେଚ୍ଛା ଜଣାଇବା ପାଇଁ କେହି ନ ଆସିବାକୁ ଅନୁରୋଧ | ଏଥିସହ ସରକାରୀ କର୍ମଚାରୀ ଅଫିସ ସମୟରେ ଶୁଭେଚ୍ଛା ଓ ଅଭିନନ୍ଦନ କାର୍ଯ୍ୟକ୍ରମରେ ସାମିଲ ନ ହୋଇ ଅଫିସ କାମ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ | ଏଥିସହ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସ ଭବନକୁ ଯେଉଁମାନେ ଶୁଭେଚ୍ଛା ଜଣାଇବାକୁ ଆସିବେ ସମସ୍ତେ କୌଣସି ଉପହାର କିମ୍ବା ପୁଷ୍ପଗୁଚ୍ଛ ଧରି ନଆସିବା ପାଇଁ ମୁଖ୍ୟମନ୍ତ୍ରୀ କଲେ ଅନୁରୋଧ | ଇଂରାଜୀ ନୂଆବର୍ଷ ୨୦୨୬ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ଏହି ଦିନଟି ସରକାରୀ କାର୍ଯ୍ୟ ଦିବସ ରହୁଥିବାରୁ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ସାଧାରଣ କାର୍ଯ୍ୟଦିବସ ଭାବେ ଚାଲିବ। ତେବେ, ମୁଖ୍ୟମନ୍ତ୍ରୀଙ୍କୁ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବାକୁ କେହି ବ୍ୟକ୍ତିଗତ ଭାବେ ନ ଆସିବାକୁ ଅନୁରୋଧ। ଏହି ଦିନ ସରକାରୀ କାର୍ଯ୍ୟଦିବସ ରହୁ ଥିବାରୁ, ସମସ୍ତ ରାଜ୍ୟ ସରକାରୀ କାର୍ଯ୍ୟାଳୟରେ ନିୟମିତ କାର୍ଯ୍ୟ ଜାରି ରହିବ। ସରକାରୀ କାର୍ଯ୍ୟାଳୟକୁ କୌଣସି ପ୍ରକାରେ ଇଂରାଜୀ ନୂଆବର୍ଷ ପାଳନର ସ୍ଥଳୀ ନ କରିବାକୁ ପରାମର୍ଶ ଦିଆଯାଇଛି। କେବଳ ବ୍ୟକ୍ତିଗତ ସୌଜନ୍ୟମୂଳକ ସମ୍ଭାଷଣ ବ୍ୟତୀତ କୌଣସି ପ୍ରକାର ଉତ୍ସବ, ଭେଟଘାଟ୍, ଭୋଜିଭାତ, ପାର୍ଟି ଇତ୍ୟାଦି ରାଜ୍ୟ ସରକାରୀ କାର୍ଯ୍ୟାଳୟ ପରିସର ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଉଛି। ସମସ୍ତ କାର୍ଯ୍ୟାଳୟ ଓ ଅନୁଷ୍ଠାନର ମୁଖ୍ୟ ଏହାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related posts

ସ୍ୱାଧୀନତା ସଂଗ୍ରାମୀ ଦାଶରଥୀ ପାଣିଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ

mahabharatanews

ମର୍ମନ୍ତୁଦ ଦୁର୍ଘଟଣାରେ ଯୁବକ ଚାରି ଗୁରୁତର

mahabharatanews

 ମାଞ୍ଜା ସୂତା ବ୍ୟବହାର କରିବା ଆଇନତଃ ଦଣ୍ଡନୀୟ

mahabharatanews