Accidentଓଡିଶାଦୁର୍ଘଟଣାପାଣିପାଗବିଶ୍ୱଯୋଗାଯୋଗ

ଚିଲିକାରେ ପଡି ଜଣେ ପର୍ଯଟକଙ୍କ ଜୀବନ ଯାଇଥିବା ବେଳେ ପ୍ରଶାସନ ନେଲା ବଡ ନିଷ୍ପତ୍ତି

ଗୁରୁବାର ଦିନ ଚିଲିକାରେ ପଡି ଜଣେ ପର୍ଯ୍ୟଟକଙ୍କ ଜୀବନ ଯାଇଥିବା ବେଳେ ଏହାକୁ ନଜରରେ ରଖି ପୁରୀ ଜିଲ୍ଲାପାଳ ନେଇଛନ୍ତି ବଡ ନିଷ୍ପତ୍ତି । ତେବେ ନିୟମ ଅନୁଯାୟୀ ଆସନ୍ତା ଦିନ ୧୧ ଯାଏଁ ଚିଲିକା ରେ ଡ଼ଙ୍ଗା ଚଳାଚଳ ବନ୍ଦ ରହିବ ସେହିପରି । ଛୋଟ ମଟର ବୋଟ, ମାଲ ବାହି ଡ଼ଙ୍ଗା ଓ ଭସାପୋଲ ସବୁକିଛି ଉପରେ କଟକଣା ଲଗାଇଲେ ପୁରୀ ଜିଲ୍ଲାପାଳ । ପ୍ରବଳ କୁହୁଡିରେ ଚିଲିକା ଅଞ୍ଚଳରେ ଦୃଶ୍ୟ ମାନତା କମୁଥିବାରୁ ଏଭଳି ଦୃଢ଼ ପଦକ୍ଷେପ ନେବାକୁ ବାଧ୍ୟ କରିଛି ପ୍ରଶାସନ ।
ତେବେ ଘନ କୁହୁଡି ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ । ଘନ କୁହୁଡି ସମୟରେ କୌଣସି ବି ପରିବହନ ଯେପରି ନ ହୁଏ ତାକୁ ନଜର ରଖିବେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ଏ ନେଇ ସ୍ଥାନୀୟ ଲୋକଙ୍କୁ ଡାକ ବାଜି ଯନ୍ତ୍ର ଦ୍ବାରା ସଚେତନ କରାଇବେ ସ୍ଥାନୀୟ ବିଡ଼ିଓ । ଗତକାଲି କୁହୁଡି ଯୋଗୁଁ ଏକ ଭସାପୋଲ ଚିଲିକା ମଝିରେ ଫସିଥିଲା ଓ ଜଣେ ବ୍ୟକ୍ତିଙ୍କ ଜୀବନ ମଧ୍ୟ ଚାଲି ଯାଇଥିଲା ।
ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ଏ କଡ଼ା ନିଷ୍ପତିକୁ ଅମାନ୍ୟ କଲେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

 

Related posts

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ୨୪ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୬

mahabharatanews

ପ୍ରଶ୍ନପତ୍ର ଲିକ ମାମଲା : ମଙ୍ଗଳବାର ରାତିରେ ୮ ଜଣଙ୍କୁ କୋର୍ଟ ଚାଲାଣ କଲା କେସିଙ୍ଗା ପୋଲିସ

mahabharatanews

କାଜାକିସ୍ତାନରେ ନୂଆ ନିୟମ

mahabharatanews