ଓଡିଶାଦୁର୍ଘଟଣା

୧୬ ନମ୍ବର ଜାତୀୟ ରାଜପଥରେ ଦୁଇ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ରାଜ୍ୟ ବ୍ୟାପୀ ଚାଲିଛି ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ । ସଡ଼କ ସୁରକ୍ଷାକୁ ନେଇ ଲୋକଙ୍କୁ କରାଯାଉଛି ସଚେତନ । ଏତେସବୁ ପରେ ମଧ୍ୟ ଲୋକଙ୍କ ମଧ୍ୟରେ ରହୁଛି ସଚେତନତାର ଘୋର ଅଭାବ। ଏହାର ଜଳନ୍ତ୍ଵ ପ୍ରମାଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଅଞ୍ଚଳରେ । ୧୬ନମ୍ବର ଜାତୀୟ ରାଜପଥରେ ଘଟି ଯାଇଛି ଦୁଇ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅକାରଣରେ ଚାଲି ଯାଇଛି ତିନି ତିନୋଟି ଅମୂଲ୍ୟ ଜୀବନ। ଆଜି ଭୋର ସମୟରେ ୧୬ ନମ୍ବର ଜାତୀୟ ରାଜପଥର ଦଧିମାଛଗାଡ଼ିଆ ଛକରେ ଘଟିଛି ଏକ ସଡ଼କ ଦୁର୍ଘଟଣା । ବାଣପୁରରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ବେଳେ ଦୁଇ ସ୍କୁଟି ଆରୋହୀଙ୍କୁ କୌଣସି ଅଜଣା ଗାଡ଼ି ଧକ୍କା ଦେଇଥିବା ଅନୁମାନ କରା ଯାଉଛି।

ଘଟଣା ସ୍ଥଳରେ ବାଣପୁର ସାନ ହନ୍ତୁଆଡ ଗ୍ରାମର ୨୦ ବର୍ଷୀୟ ବିକାଶ ବରାଳ ଏଵଂ ୨୧ ବର୍ଷୀୟ ଶୁଭ୍ରାଂଶୁ ସୁନ୍ଦରାୟ ଉଭୟ ସ୍କୁଟି ଆରୋହୀଙ୍କ ମୃତ୍ୟୁ  ହୋଇଥିବା ବେଳେ ପୁଣି ଆଜି ଦିନ ୧୨ଟା ବେଳେ ସେହି ୧୬ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ପିତାପଲ୍ଲୀ ଛକରେ ସ୍କୁଟିରେ ଯାଉଥିବା ମହିଳାଙ୍କୁ ଏକ ହାଇୱା ଧକ୍କା ଦେଇଥିବା ଜଣା ପଡ଼ିଛି। ଏହି ଦୁର୍ଘଟଣାରେ ମହିଳାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସାଥିରେ ଥିବା ଶିଶୁକନ୍ୟାର ଅବସ୍ଥା ଗୁରୁତର ଥିବା ଜଣା ପଡିଛି। ମୃତକ ମହିଳାଙ୍କ ପରିଚୟ ସ୍ପଷ୍ଟ ହୋଇ ପାରି ନଥିବା ବେଳେ ଘଟଣା ସ୍ଥଳରେ ପୃଥକ୍ ଭାବେ ଖୋର୍ଦ୍ଧା ସଦର ଥାନା ପୋଲିସ ଏବଂ ଶିଳ୍ପାଞ୍ଚଳ ଥାନା ପୋଲିସ ପହଞ୍ଚି ମୃତଦେହ ମାନଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାର ଯାଞ୍ଚ କରୁଛି। ତେବେ ଗାଡ଼ି ଚଳାଇବା ବେଳେ ସତର୍କ ରୁହନ୍ତୁ ଏବଂ ନିଜ ଜୀବନ ସହିତ ନିଜ ପରିବାରର ଜୀବନକୁ ମଧ୍ଯ ସୁରକ୍ଷିତ ରଖନ୍ତୁ ।

Related posts

୨୦୨୩ ହକି ବିଶ୍ୱକପ ଲାଗି ବାଜିଲା ବିଗୁଲ

mahabharatanews

ଜାତୀୟ ରାଜପଥ-୩୨୬ ରେ ଟ୍ରଲର ଓଲଟି ଦୁର୍ଘଟଣା, ଚାଳକ ମୃତ

mahabharatanews

ଗତ ୨୪ ଘଣ୍ଟାରେ ଦେଶରୁ ୪୨୫ କରୋନା ସଂକ୍ରମିତ ଚିହ୍ନଟ

mahabharatanews