ଓଡିଶା ଆସିବେ ମହାମହିମ ରାଷ୍ଟ୍ରପତି । ଫେବ୍ରୁଆରି ପ୍ରଥମ ସପ୍ତାହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ । ଫେବ୍ରୁଆରି ୨ ରେ ଭୁବନେଶ୍ଵରରେ ପହଞ୍ଚି ୩ ତାରିଖରେ ବାଲେଶ୍ଵର ଫକୀରମୋହନ ବିଶ୍ବବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରେମୁଣା ନୂଆପାଢ଼ିସ୍ଥିତ ବିଶ୍ବବିଦ୍ୟାଳୟର ନୂତନ କ୍ୟାମ୍ପସ୍ରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ । ଫେବ୍ରୁଆରି ୪ ତାରିଖରେ ଯାଜପୁରରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ କ୍ରମରେ ଯୋଗଦେବା ସହ ମା’ ବିରଜାଙ୍କ ଦର୍ଶନ କରିବେ । ପରବର୍ତ୍ତୀ ଦୁଇ ଦିନ ଅର୍ଥାତ୍ ଫେବ୍ରୁଆରି ୫ ଓ ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ ଶ7 ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏହା ପରେ ରାଷ୍ଟ୍ରପତି ଭୁବନେଶ୍ଵର ଫେରିବା ପରେ ଛତିଶଗଡ଼ ଯିବାର କାର୍ଯ୍ୟକ୍ରମ ରହିଛି ।
