ଓଡିଶା

ଲୁହାମୁଣ୍ଡା ଓ ହଣ୍ଡପା ପ୍ରାଥମିକ କୃଷି ସମବାୟ ସମିତି ଦ୍ବାରା ଧାନ ମଣ୍ଡି ଉଦ୍ଘାଟନ

ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ଲୁହାମୁଣ୍ଡା ଓ ହଣ୍ଡପା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଆଜି ସସ୍ମିତା ରାଇସ ମିଲର  ପ୍ରତିନିଧିଙ୍କ ଉପସ୍ଥିତିରେ   ଉଭୟ ଦୁଇ କୃଷି ସମବାୟ ସମିତି ପକ୍ଷରୁ ଧାନ ସଂଗ୍ରହ କରାଯାଇଛି। ସମବାୟ ସମିତି କାର୍ଯ୍ୟଳୟ ତରଫରୁ ପ୍ରଥମେ ପୂଜାର୍ଚ୍ଚନା କରିବା ପରେ ଧାନ ମଣ୍ଡି ଆରମ୍ଭ କରାଯାଇଥିଲା। ଏଥିରେ ସସ୍ମିତା ରାଇସ ମିଲ୍ ର ପ୍ରତିନିଧି ଭାବରେ ଧୂର୍ବଚରଣ ଅମାନ୍ତ,ସୁମନ୍ତ ପ୍ରଧାନ,କଳାକାର ସାହୁ,ଭବାନୀ ମାଝୀ ,ଆନନ୍ଦ ସାହୁଙ୍କ ଉପସ୍ଥିତିରେ  ଲୁହମୁଣ୍ଡା ସମବାୟ ସମିତି ର ସଭାପତି ଭୁବନେଶ୍ୱର ପ୍ରଧାନ,ସେକ୍ରେଟାରୀ ଅଶୋକ କୁମାର ସାହୁ ଓ ସମସ୍ତ ବର୍ଗ ର ମେମ୍ବର ମାନଙ୍କୁ ନେଇ ଧାନ ସଂଗ୍ରହ କରାଗଲା। ସେହିପରି ହଣ୍ଡପା ସମବାୟ ସମିତି ପକ୍ଷରୁ ମଧ୍ୟ ସଭାପତି ସଞ୍ଜୀବ କୁମାର ପ୍ରଧାନ , ସେକ୍ରେଟାରୀ ସଂସାର ସ୍ୱାଇଁ ଓ ସମସ୍ତ ଚାଷୀ ମାନଙ୍କ ଉପସ୍ଥିତିରେ ଧାନ ମଣ୍ଡି ଆରମ୍ଭ କରାଯାଇଛି ।

Related posts

ଖରସ୍ରୋତା ବଞ୍ଚାଇବାକୁ ଯାଇ ଗଛମୂଳେ ଶ୍ରୀକାନ୍ତ

mahabharatanews

ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ ପାଇଁ ନିର୍ଦ୍ଦେଶ

mahabharatanews

 ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ଏବଂ ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ 

mahabharatanews