ଆଜି ଦେଶ ପାଳୁଛି ଗଣତନ୍ତ୍ର ବା ସାଧାରଣତନ୍ତ୍ର ଦିବସ । ୭୭ ତମ ଗଣତନ୍ତ୍ର ଦିବସ ପାଳନ କରୁଛନ୍ତି ଦେଶବାସୀ । ଏହି ବର୍ଷର ଗଣତନ୍ତ୍ର ଦିବସ ପାଳନ କେବଳ ଭାରତର ସାମରିକ ଶକ୍ତି ଏବଂ ସାଂସ୍କୃତିକ ବିବିଧତାକୁ ପ୍ରଦର୍ଶନ କରିବ ନାହିଁ, ବରଂ ଜାତୀୟ ଗୀତ ‘ବନ୍ଦେ ମାତରମ୍’ର ଐତିହାସିକ ୧୫୦ ତମ ବାର୍ଷିକୀ ମଧ୍ୟ ପାଳନ କରିବ। ଏହି ପରିପ୍ରେକ୍ଷୀରେ ମହାମହିମ ରାଷ୍ଟ୍ରପତି ଏବଂ ପ୍ରଦାନମ୍ତ୍ରୀ ଦେଶ ବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି, ପୁଣିଥରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଗଣତନ୍ତ୍ର ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ମୋର ଦୃଢ଼ ବିଶ୍ୱାସ ଯେ ଆପଣଙ୍କ ଜୀବନ ସୁଖ, ଶାନ୍ତି, ସୁରକ୍ଷା ଏବଂ ସଦ୍ଭାବରେ ପରିପୂର୍ଣ୍ଣ ହେବ। ସେହିପରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଗଣତନ୍ତ୍ର ଦିବସରେ ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଅଭିନନ୍ଦନ। ଭାରତର ଗର୍ବ ଏବଂ ଗୌରବର ପ୍ରତୀକ ଏହି ଜାତୀୟ ପର୍ବ, ଆପଣମାନଙ୍କ ସମସ୍ତଙ୍କ ଜୀବନରେ ନୂତନ ଶକ୍ତି ଏବଂ ଉତ୍ସାହ ସଞ୍ଚାର କରୁ। ଏକ ବିକଶିତ ଭାରତ ପାଇଁ ସଂକଳ୍ପ ଆହୁରି ଦୃଢ଼ ହେଉ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କର୍ତ୍ତବ୍ୟ ପଥରେ ଗଣତନ୍ତ୍ର ଦିବସ ପାଳନର ନେତୃତ୍ୱ ନେବେ।
previous post
