ଖେଳଦେଶ ବିଦେଶବିଶ୍ୱ

ଘନେଇବାରେ ଲାଗିଛି ଆଇସିସି ଓ ବିସିବି ବିବାଦ ।

ନିକଟରେ ଆଇପିଏଲରୁ ବାଂଲାଦେଶୀ କ୍ରିକେଟ ଖେଳାଳି ମୁସ୍ତାଫିଜୁର ରେହେମାନଙ୍କୁ ବାଦ ଦିଆଯିବା ପରେ ଭାରତ ଓ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମଧ୍ୟରେ ଯେଉଁ ବିବାଦ ଆରମ୍ଭ ହୋଇଥିଲା, ତାହା ପରେ ଆଇସିସି ଓ ବିସିବି ବିବାଦକୁ ସଂପ୍ରସାରିତ ହୋଇଥିଲା। ଏସବୁ ମଧ୍ୟରେ ଖୋଦ୍ ବାଂଲାଦେଶ କ୍ରିକେଟ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ବାଂଲାଦେଶର ୟୁନୁସ ସରକାରଙ୍କ ନିୟନ୍ତ୍ରଣରେ ଥିବା ବିସିବି ଓ ଖେଳାଳିମାନଙ୍କ ମଧ୍ୟରେ ବଢିବାରେ ଲାଗିଛି ବିବାଦ । ଏପରିକି ବିସିବି ମଧ୍ୟରେ ବିଦ୍ରୋହର ଆଶଙ୍କା ଦେଖାଗଲାଣି। ଏହି ବିବାଦ ଆରମ୍ଭ ହୋଇଥିଲା ବିସିବି ଅଧ୍ୟକ୍ଷ ଏମ.ନଜମୁଲ ଇସ୍ଲାମଙ୍କ ଦ୍ବାରା ଖେଳାଳିମାନଙ୍କ ବିରୋଧରେ ଦିଆଯାଇଥିବା ଏକ ବୟାନକୁ ନେଇ । ସେ କହିଥିଲେ ଯେ ଯଦି ବାଂଲାଦେଶ ବିଶ୍ବକପରୁ ଓହରିଯାଏ, ତେବେ ଖେଳାଳିମାନଙ୍କର କ୍ଷତି ହେବ, ବୋର୍ଡର ନୁହେଁ ।

ସେ ଆହୁରି ମଧ୍ୟ କହିଥିଲେ ଯେ ବୋର୍ଡ ଏହି କ୍ଷତିର ଭରଣା କରିବ ନାହିଁ । କାରଣ ବୋର୍ଡ ଖେଳାଳିମାନଙ୍କ ଉପରେ କୋଟି କୋଟି ଟାକା (ବାଂଲାଦେଶୀ ମୁଦ୍ରା) ବ୍ୟୟ କରିଥାଏ। କିନ୍ତୁ ଖେଳାଳିମାନେ ଭଲ ପ୍ରଦର୍ଶନ ନ କଲେ ସେମାନଙ୍କୁ କ୍ଷତିପୂରଣ ମଗାଯାଏ ନାହିଁ। ଏଣୁ ଖେଳାଳିମାନେ ଏହି ଅର୍ଥ ଫେରସ୍ତ କରିବା ଉଚିତ୍ । ତାଙ୍କର ଏହି ବୟାନ ପରେ ଖେଳାଳିମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବାଂଲାଦେଶ କ୍ରିକେଟ ଖେଳାଳି କଲ୍ୟାଣ ସଂଘର ସଭାପତି ମହମ୍ମଦ ମିଥୁନ କହିଛନ୍ତି, ଯେ ଏପରି ବୟାନ ଦୁର୍ଭାଗ୍ୟଜନକ। ଯଦି ନଜମୁଲ ଇସ୍ତଫା ନ ଦିଅନ୍ତି, ତେବେ ଖେଳାଳିମାନେ ସବୁ ଫର୍ମାଟର କ୍ରିକେଟକୁ ବୟକଟ କରିବେ।

Related posts

ସଫଳ ପ୍ରସ୍ତୁତ ଚଳଚ୍ଚିତ୍ର ‘ଅଦ୍ୱିତୀୟ’ ଆନ୍ତର୍ଜାତୀୟ ସ୍ତରରେ ଦୁଇଟି ବର୍ଗରେ ପୁରସ୍କୃତ ହୋଇଛି

mahabharatanews

ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି, ଭୋଟ ହେରଫେର ବିରୋଧରେ ମୁଖ୍ୟ ବିଚାରପତିଙ୍କୁ ଚିଠି

mahabharatanews

 ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ସୁନ୍ଦରଗଡର ଯୁବକ

mahabharatanews