ଓଡିଶା

ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ ମଣ୍ଡଳ ପାଳନ କଲା ୭୭ ତମ ସାଧାରଣତନ୍ତ୍ର ଦିବସ

ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ ମଣ୍ଡଳ ପକ୍ଷରୁ ୭୭ତମ ଗଣତନ୍ତ୍ର ଦିବସ ସମାରୋହରେ ରେତଙ୍ଗ କଲୋନୀଠାରେ ଥିବା ଖେଳ ପଡିଆ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଆଲୋକ ତ୍ରିପାଠୀ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ I ଦେଶାତ୍ମକ ଗୀତ ସାଙ୍ଗକୁ ଭାରତ ମାତା କି ଜୟ ଧୋନିରେ କମ୍ପିଉଠିଥିଲା ସାରା ଖେଳ ପଡିଆI ସାଧାରଣତନ୍ତ୍ର ଦିବସକୁ ଆହୁରି ଆକର୍ଷଣ କରିଥିଲା ଆର୍ ପି ଏଫ୍ ଙ୍କ ୨ ପ୍ଲାଟୁନ୍ ଫୋର୍ସ, ଭାରତ ସ୍କାଉଟ ଓ ଗାଇଡ୍ ର ଗୋଟେ ପ୍ଲାଟୁନ୍, ସିଭିଲ ଡିଫେନ୍ସର ଗୋଟେ ପ୍ଲାଟୁନ୍ ଫୋର୍ସ, ପୂର୍ବତଟ ରେଳବାଇ ଭାରତ ସ୍କାଉଟ ଓ ଗାଇଡ୍ ଖୋର୍ଦ୍ଧାରୋଡ଼ର ଗୋଟିଏ ବ୍ୟାଣ୍ଡ ଦଳଙ୍କ ଦ୍ଵାରା ପ୍ୟାରେଡ୍ I

ଏହି ଅବସରରେ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଆଲୋକ ତ୍ରିପାଠୀ ଡିଭିଜନର ବିଭିନ୍ନ ସଫଳତାର ମୂଲ୍ୟାଙ୍କନ କରିଥିଲେ ଏବଂ ସମସ୍ତ ରେଳ ପୁରୁଷ ଏବଂ ମହିଳାମାନଙ୍କୁ ଆହୁରି ଅଧିକ ଦାୟିତ୍ୱ, ଶୃଙ୍ଖଳା ଏବଂ ସଚ୍ଚୋଟତାର ସହିତ କାମ କରିବା ପାଇଁ ନିଜକୁ ପୁନଃ ଉତ୍ସର୍ଗ କରିବାକୁ ଅନୁରୋଧ କରିଥିଲେ। ରେଲୱେ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଆଜି ରେଲୱେ ବହୁ ଉନ୍ନତିର ଚରମ ସୀମାରେ ପହଞ୍ଚିଛି ବୋଲି ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଆଲୋକ ତ୍ରିପାଠୀ କହିଥିଲେ I ଠିକ୍ ସେହିପରି ଉତ୍କଳ ଭାରତୀୟ ଶ୍ରମିକ ସଂଗଠନ ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଦିବସ  ପାଳିତ ହୋଇଯାଇଛି I ସଂଗଠନର ମୁଖ୍ୟ ଉପଦେଷ୍ଟା ରମେଶ ଦାସ ଜାତୀୟ ପତାକା ଉତ୍ତୋଳନ କରିଥିଲେ I ଏହି ଅବସରରେ ସମସ୍ତ କ୍ରାନ୍ତିକାରୀ ମହାପୁରୁଷଙ୍କୁ ସ୍ମରଣ କରିବା ସହ ସେମାନେ ଦେଇଥିବା ବଳିଦାନ ବିଷୟରେ ଆଲୋକପାତ କରିଥିଲେ I

Related posts

ପାଟଣା ପୋଲିସର ଅଭିନବ ସଚେତନତା

mahabharatanews

ବାରବାଟୀରେ ମାସ୍କ ବାଧ୍ୟତାମୂଳକ

mahabharatanews

ବିଜେଡି କରୁଛି ରକ୍ତଦାନ

mahabharatanews