ଓଡିଶା

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ‘ନ୍ୟାସନାଲ୍ ଡିଫେନ୍‌ସ କଲେଜ୍’ ପ୍ରଶିକ୍ଷାର୍ଥୀ ଅଧିକାରୀଗଣ

ଅଧ୍ୟୟନ ପରିଦର୍ଶନ କାର୍ଯ୍ୟକ୍ରମରେ ଓଡ଼ିଶା ଆସିଥିବା ଦିଲ୍ଲୀ ସ୍ଥିତ ନ୍ୟାସନାଲ୍ ଡିଫେନ୍‌ସ କଲେଜ୍‌ର ପ୍ରଶିକ୍ଷାର୍ଥୀ ଅଧିକାରୀଗଣ ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଅଧ୍ୟୟନ ପରିଦର୍ଶନ କାର୍ଯ୍ୟକ୍ରମରେ ଭାରତୀୟ ସଶସ୍ତ୍ର ବାହିନୀର ଅଧିକାରୀ ମାନଙ୍କ ସମେତ ଆର୍ମେନିଆ, ଭୁଟାନ, ଶ୍ରୀଲଙ୍କା, ମଙ୍ଗୋଲିଆ, ଏବଂ ନେପାଳର ସେନାବାହିନୀ ଅଧିକାରୀ ମାନେ ମଧ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମପାଇଁ “ଦେଶ” ର ଅର୍ଥ ହେଉଛି କେବଳ ଜାତୀୟ ସେବା । ଏହା ଆମର ପ୍ରତିବଦ୍ଧତା। ପ୍ରତ୍ୟେକ ସାମରିକ ଅଧିକାରୀଙ୍କ ଭାବାବେଗ ସହିତ ଆମର ଏହି ମନୋଭାବ ଗଭୀର ଭାବରେ ଜଡିତ ବୋଲି ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ କହିଥିଲ । ଅପରେସନ ସିନ୍ଦୁରର ସଫଳତା ଓ ଭାରତୀୟ ସଶସ୍ତ୍ର ବାହିନୀର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅପରେସନ ସିନ୍ଦୁର ସମୟରେ ଆମର ବାହିନୀ ଦ୍ୱାରା ଦେଖାଯାଇଥିବା ସାହସ ଏବଂ ସାହସିକତାକୁ ମୁଁ ସଲାମ କରୁଛି। ଏହି ଅପରେସନ୍ ଆପଣଙ୍କ ଶୃଙ୍ଖଳା, ଦୃଢ଼ ପ୍ରତିବଦ୍ଧତା ଏବଂ ନିଃସ୍ୱାର୍ଥପର ସେବାର ପ୍ରମାଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏଥିସହିତ, ମୁଖ୍ୟମନ୍ତ୍ରୀ ପ୍ରାଚୀନ ଓଡ଼ିଶାର ବୀରତ୍ୱ ଏବଂ ପରାକ୍ରମ ଉପରେ ଆଲୋକପାତ କରିବା ସହିତ ଶିଳ୍ପ, ଭିତ୍ତିଭୂମି, ଶିକ୍ଷା, କ୍ରୀଡା ଏବଂ ବିପର୍ଯ୍ୟୟ ପରିଚାଳନାରେ, ଆମ ରାଜ୍ୟ ଆଜି ସମଗ୍ର ଭାରତରେ କିଭଳି ଏକ ନୂତନ ପରିଚୟ ସୃଷ୍ଟି କରିଛି, ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଏହି ଅବସରରେ ବିଭିନ୍ନ ଦେଶରୁ ଆସିଥିବା ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ଏବଂ ସବୁକ୍ଷେତ୍ରରେ ଓଡ଼ିଶାର ଦ୍ରୁତ ବିକାଶ ଦେଖି ପ୍ରଶଂସା କରିଥିଲେ। ଏଥିରେ ଭାରତୀୟ ସଶସ୍ତ୍ର ବାହିନୀ (Indian Armed Forces)ର ବରିଷ୍ଠ ଅଧିକାରୀ ଏବଂ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଥିବା ଦେଶର ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନାରେ ଯୋଗଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଏୟାର ମାର୍ଶାଲ ମନୀଷ କୁମାର ଗୁପ୍ତା, ମେଜର ଜେନେରାଲ ସିପି ସାଙ୍ଗରା, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଏବଂ ଭାରତୀୟ ସଶସ୍ତ୍ର ବାହିନୀର ଅଧିକାରୀଗଣ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩କଳାକାର ମୃତ

mahabharatanews

ଉମରକୋଟରେ ବିକାଶ କାମର ହିସାବ ଦେଲେ ପାଣ୍ଡିଆନ

mahabharatanews

ରାସ୍ତାକଡରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

mahabharatanews