ପାରାଦୀପ ବନ୍ଦର ତରଫରୁ ଅନୁଷ୍ଠିତ ହୋଇଯାଇଛି ୪0ତମ ପୁଷ୍ପ ପ୍ରଦର୍ଶନୀ l ଏହି ଫ୍ଲାୱାର ସୋ ରେ ୪୮ ରୁ ଉର୍ଦ୍ଧ୍ୱ ପ୍ରଜାତିର ଫୁଲ ସହିତ ବିଭିନ୍ନ ପ୍ରକାରର ପନିପରିବା ସାମିଲ ହୋଇଛି l ପାରାଦୀପ ଅଫିସର୍ସ କ୍ଳବ ପରିସରରେ ବନ୍ଦର ତରଫରୁ ଆୟୋଜିତ ଏହି ଫ୍ଲାୱାର ସୋକୁ ଉଦଘାଟନ କରିଥିଲେ ବନ୍ଦର ଅଧ୍ୟକ୍ଷ ପି ଏଲ୍ ହରାନାଦ l କିଭଳି ପାରାଦୀପ ବନ୍ଦର ତରଫରୁ ସବୁଜ ବଳୟ ସୃଷ୍ଟି କରିବାକୁ ଗୁରୁତ୍ୱ ଦେଉଛି ଏ ବିଷୟରେ ଆଲୋଚନା କରିବା ସହିତ ବେଳାଭୂମି ଅଞ୍ଚଳ ରେ ପାରାଦୀପ ବନ୍ଦର ତରଫରୁ ଏକ କୃତ୍ରିମ ଜଙ୍ଗଲ ସୃଷ୍ଟି କରାଯାଇଛି l ଏହି ଜଙ୍ଗଲ ପାରାଦୀପକୁ ସବୁଜ ବଳୟ ସୃଷ୍ଟି କରିବା ଏବଂ ଲୁଣାପବନକୁ ରୋକିବାରେ ସହାୟକ ହୋଇପାରିଛି l ବନ୍ଦର ତରଫରୁ ପାରାଦୀପର ବିଭିନ୍ନ ଅଞ୍ଚଳରେ ଫଳଗଛ ସହିତ ବିଭିନ୍ନ ପ୍ରଜାତି ର ଫୁଲଗଛ ଲଗାଯାଇଛି l ଯାହା ପରିବେଶକୁ ସୁଧାରିବା ସହିତ ଫୁଲ କୁ ଦେଖିଲେ ବିଷାଦ ମନ ପ୍ରଫୁଲ୍ଲିତ ହୋଇପଡୁଛି l
ବନ୍ଦର ତରଫରୁ ସବୁଜିମା କୁ ଗୁରୁତ୍ୱ ଦିଆଯିବା ସହିତ ବନ୍ଦରରେ କାର୍ଯ୍ୟରତ କର୍ମଚାରୀ ମାନେ ନିଜ ବାଡ଼ି ବଗିଚା ରେ ଲଗାଇଥିବା ନାନା ପ୍ରକାରର ଫୁଲ, ଫଳ ଓ ପନିପରିବା ଏହି ପ୍ରଦର୍ଶନୀରେ ସ୍ଥାନ ପାଇଛି l ବିଶେଷକରି ପାରାଦୀପ ଭଳି ଲବଣାକ୍ତ ଅଞ୍ଚଳରେ ବିଭିନ୍ନ ପ୍ରକାରର ଫୁଲଗଛ କୁ ଅତି ଯତ୍ନ ର ସହିତ ବଢ଼ାଇଥିବା କର୍ମଚାରୀମାନଙ୍କୁ ଏହି ପୁଷ୍ପ ପ୍ରଦର୍ଶନୀ ଜରିଆରେ ସମ୍ବର୍ଦ୍ଧିତ କରାଯାଉଛି l ଯାହା କର୍ମଚାରୀମାନଙ୍କ ମନୋବଳ ବଢାଇବା ସହିତ ଏକ ସୁସ୍ଥ ବାତାବରଣ ପାଇଁ ସମସ୍ତ କର୍ମଚାରୀ ବୃକ୍ଷରୋପଣ ପ୍ରତି ଆଗ୍ରହ ପ୍ରକାଶ କରିବା ଏହି ପୁଷ୍ପ ପ୍ରଦର୍ଶନୀ ମାଧ୍ୟମରେ ପାରାଦୀପ ବନ୍ଦରର ପ୍ରୟାସ ବୋଲି କହିଛନ୍ତି ବନ୍ଦରର ମୁଖ୍ୟଯନ୍ତ୍ରୀ ହିମାଂଶୁ ରାଉତ l
