ଓଡିଶାଭାରତ

କେନ୍ଦୁଝର ପୋଲିସର ଦକ୍ଷତା ବୃଦ୍ଧି କରିବେ ନୂତନ ଗୃହରକ୍ଷୀ ବାହିନୀର କ୍ୟାଡେଟ୍

କେନ୍ଦୁଝର ପୋଲିସର ଦକ୍ଷତା ବୃଦ୍ଧି କରିବେ ନୂତନ ଗୃହରକ୍ଷୀ ବାହିନୀର କ୍ୟାଡେଟ୍ । ନୂତନ ଗୃହରକ୍ଷୀ ବାହିନୀର ୩୨୨ଜଣ କ୍ୟାଡେଟ୍ ଦୀର୍ଘ ୮ସପ୍ତାହର ପ୍ରଶିକ୍ଷଣ ଶେଷ କରିଛନ୍ତି । ଭାରତୀୟ ନ୍ୟାୟ ସଂହିତା, ଟ୍ରାଫିକ୍ ପରିଚାଳନା, ବିପର୍ଯ୍ୟୟ ପରିଚାଳନା, ସିସିଟିଏନଏସ୍, କମ୍ପ୍ୟୁଟର୍, ଗାଡ଼ି ଚାଳନା ଆଦି ବିଭାଗରେ ଏହି କ୍ୟାଡେଟ୍ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏହାପରେ ଆଜି ଏହି ନୂତନ ଗୃହରକ୍ଷୀ ବାହିନୀର କ୍ୟାଡେଟ୍ ମାନେ ରିଜର୍ଭ ପଡ଼ିଆରେ ଏକାଠି ହୋଇ ଏକ ଚିତ୍ତାକର୍ଷକ ପ୍ୟାରେଡ୍ ପ୍ରଦର୍ଶନ କରିଥିଲେ ।

ତେବେ କେନ୍ଦୁଝର ଏସପି ଏହି ପ୍ୟାରେଡ୍ ରେ ଉପସ୍ଥିତ ରହି ନୂତନ ଗୃହରକ୍ଷୀ କ୍ୟାଡେଟ୍ ମାନଙ୍କୁ ଉତ୍ସାହିତ କରିଥିଲେ । ଏମାନେ କେନ୍ଦୁଝର ପୋଲିସର ଦକ୍ଷତା ବୃଦ୍ଧି କରିବା ସହିତ, ମନଧ୍ୟାନ ସହକାରେ କେନ୍ଦୁଝର ପୋଲିସ ପାଇଁ କାର୍ଯ୍ୟକରିବେ ବୋଲି କହିଛନ୍ତି କେନ୍ଦୁଝର ଏସପି ।

Related posts

କଳିଙ୍ଗ ବାଲିଯାତ୍ରା ଉଦଯାପନୀ ଉତ୍ସବ ରେ ଯୋଗ ଦେଲେ ମହାମହିମ ରାଜ୍ୟପାଳ

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୫୬୮ କରୋନା ଆକ୍ରନ୍ତ ଚିହ୍ନଟ

mahabharatanews

ଭାଇରାଲ ହେଉଛି ଛାତ୍ରୀଙ୍କ ଭିଡିଓ

mahabharatanews