ଓଡିଶା

ଛୋଟ ମୋର ଗାଁଟି ର ବାର୍ଷିକ ଉତ୍ସବ         

ଯାଜପୁର ଜିଲ୍ଲା ଧର୍ମଶାଳା ର ଅନ୍ୟତମ  ସ୍ବେଛାସେବୀ ସଂଗଠନ ‘ଛୋଟ ମୋର ଗାଁଟି ‘ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସ୍ତରୀୟ ପ୍ରତିଭା ସମ୍ମାନ ସମାରୋହ ଓ ସର୍ବୋଦୟ ସମାଜ ଗଠନ ରେ ଯୁବ ସମାଜର ଭୂମିକା ଶୀର୍ଷକ ଆଲୋଚନା ଚକ୍ର କୁଆଖିଆ ସ୍ଥିତ ଲାୟନସ୍ କ୍ଲବ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବାର୍ଷିକ ଉତ୍ସବ ରେ ଉଦଘାଟକ ଭାବେ ବିଶିଷ୍ଠ ଗାନ୍ଧୀ ବାଦୀ ରାମ ଚନ୍ଦ୍ର ଶୁକ୍ଳ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଡାକ୍ତର ରୁଦ୍ର ନାରାୟଣ ପୃଷ୍ଟି,ସମ୍ମାନୀୟ ଅତିଥି ଭାବେ ଲାୟନ୍ସ କ୍ଲବ ସଭାପତି ଜନ୍ମେଜୟ ସାହୁ, ମୁଖ୍ୟ ବକ୍ତା ଭାବେ ଚାଷୀ ନେତା ଶେଷଦେବ ନନ୍ଦ, ସମ୍ମାନୀୟ ଅତିଥି ଭାବେ ସୁଦର୍ଶନ ଛୋଟରାୟ, ଭକ୍ତ ବଂଶଳ ମହାନ୍ତି, ସୁଦର୍ଶନ ଛୋଟରାୟ, ଆଇନଯିବି ନରେଶ ଜେନା, ମାନବିକ ଅଧିକାର କର୍ମୀ ମନୋଜ ଜେନା, ମାନସ ରଞ୍ଜନ ଜେନା, ସାମିଜିକ କର୍ମୀ ପ୍ରଭାତ କୁମାର ସାହୁ, ନାରୀ ନେତ୍ରୀ ସ୍ମୃତିରେଖା ରାଉତ ଓ ସମାଜସେବୀ ନିରାକାର ବେଉରା ପ୍ରମୁଖ ଯୋଗ ଦେଇ ସର୍ବୋଦୟ ସମାଜ ଗଠନ ରେ ଯୁବ ସମାଜ ର ଭୂମିକା ସମ୍ପର୍କ ରେ ଅଭିଭାଷଣ ଦେଇଥିଲେ ।

ଏହି ସଭାରେ ସମାଜସେବୀ ଅଖିଳ କୁମାର ସ୍ୱାଇଁ ସଭାପତିତ୍ୱ କରିଥିବା ବେଳେ  ଛୋଟ ମୋର ଗାଁ ଟି ର ପ୍ରତିଷ୍ଠାତା ଦେବବ୍ରତ ରାଉତ  ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ରାଜ୍ୟ ସ୍ତରୀୟ ପ୍ରତିଭା ସମ୍ମାନ ସମାରୋହ ରେ ସଂଗ୍ରାମୀ ବାଲକୃଷ୍ଣ ଶୁକ୍ଳ ସ୍ମୃତି ସମ୍ମାନ ଭକ୍ତ ବଂଶଳ ମହାନ୍ତି ଙ୍କୁ ପ୍ରଦାନ କରାଯାଇ ଥିବାବେଳେ ସ୍ବର୍ଗତ ସୁରେନ୍ଦ୍ର ମିଶ୍ର ସ୍ମୃତି ସମ୍ମାନ ନିରାକାର ବେଉରା ଓ ତାପସ ରାୟ,  ସ୍ବର୍ଗତ ଚୈତନ୍ୟ ରାଉତ ସ୍ମୃତି ସମ୍ମାନ ପ୍ରଭାତ କୁମାର ସାହୁ ଓ କାହ୍ନୁ ଚରଣ ଦାସ, ସ୍ବର୍ଗତ ଗଗନ ଜେନା ସ୍ମୃତି ସମ୍ମାନ ପ୍ରମୋଦ କୁମାର କବି ଙ୍କୁ ,ସହିଦ ବାଜି ରାଉତ ସ୍ମୃତି ସମ୍ମାନ ସାମ୍ୱାଦିକ ପ୍ରଭୋଦ କୁମାର ମିଶ୍ର ଓ ଗୌତମ ପାତ୍ର ଙ୍କୁ ଓ ଛୋଟ ମୋର ଗାଁ ଟି ସେବା ସମ୍ମାନ ରେ ଜ୍ଞାନ ଦତ୍ତ ବେହେରା, ବିରଞ୍ଚି ରାଉତ, ବିଶ୍ୱ ରଞ୍ଜନ ସ୍ୱାଇଁ, ମୃତ୍ୟୁଞ୍ଜୟ ଦେଓ, ନବଘନ ସ୍ୱାଇଁ, ରାଜ କୁମାର ଜେନା, ତ୍ରିଲୋଚନ ମହାଳିକ, କାଳନ୍ଦୀ କଣ୍ଠ ଓ ପୁର୍ଣଚନ୍ଦ୍ର ସାହୁ ଙ୍କୁ ପ୍ରଦାନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରୁ ସ୍ବେଛାସେବୀ,କବି, ସାହିତ୍ୟିକ ଓ ସ୍ତମ୍ଭକାର ପ୍ରମୁଖ ଯୋଗଦେଇ ଥିଲେ ।

Related posts

ଗୋଡ ଖସି ପୋଖରୀରେ ବୁଡିଗଲେ ଯୁବକ

mahabharatanews

ଗୋବିନ୍ଦପୁର ଗାଁରେ ସତ୍ୟ ସେବକ ଯୁବ ସଙ୍ଘର ବୃକ୍ଷ ରୋପଣ

mahabharatanews

୧୬ରୁ ଆରମ୍ଭ ହେବ ଐତିହାସିକ ଖଣ୍ଡଗିରି କୁମ୍ଭମେଳା 

mahabharatanews