ଓଡିଶା

ହାତୀ ଆକ୍ରମଣରେ ମହିଳା ମୃତ

କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରଣି ଠାରେ ହାତି ଆକ୍ରମଣରେ ମହିଳା ମୃତ।ମୃତକ ହେଲେ ଚାରୁଲତା ନାଏକ। ଆଜି ଭୋର ସମୟରେ ଘର ପଛପାଖକୁ ସୈାଚ ପାଇଁ ଯାଇଥିବା ବେଳେ ହାତି ଆକ୍ରମଣ କରିଥିବା ସୂଚନା।ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛି ବନ ବିଭାଗ।୧୨ଟିକିଆ ହାତି ପଲ ଗତ କିଛି ଦିନ ହେବ ଏହି ଅଞ୍ଚଳରେ ବୁଲୁଥିବାର ଦେଖାଦେଇଛି।ହାତି ଆକ୍ରମଣ ପରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଗ୍ରାମବାସି।ଏବେବି ହାତି ଗୁଡିକ ଗ୍ରାମନିକଟସ୍ଥ ଜଙ୍ଗଲରେ ଥିବା ବେଳେ ବନବିଭାଗ ତାଙ୍କ ଉପରେ ନଜର ରଖିଥିବା କହିଛି।ହାତିଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଗ୍ରାମବାସି ଦାବି କରିଛନ୍ତି।

Related posts

ସ୍ୱାଧୀନତା ପରେ ମଧ୍ୟ ପହରିଆ ସମ୍ପ୍ରଦାୟଙ୍କୁ ମିଳିନି ଜନଜାତି ମାନ୍ୟତା

mahabharatanews

ରାଜ୍ୟରେ ହେବ ୨୦ଟି ସାଇନ୍ସ ପାର୍କ : ରାଜ୍ୟ ସରକାର ବହନ କରିବେ ସମସ୍ତ ଖର୍ଚ୍ଚ 

mahabharatanews

କାକଟମଙ୍ଗଳା ସ୍କୁଲରେ ଜାତୀୟ ବିଜ୍ଞାନ ଦିବସ ପାଳିତ

mahabharatanews