ଓଡିଶା

ଗୋଟିଏ ପ୍ଲାଟଫର୍ମରେ ସାମିଲ୍‌ ହେବାକୁ ଆହ୍ବାନ ଦେଇଛନ୍ତି ମହମ୍ମଦ ମୋକିମ୍‌

ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ୩ ବିଧାୟକ ନିଲମ୍ଵିତ ହୋଇଛନ୍ତି । କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର ‘ହୁଇପ୍‌’କୁ ନ ମାନି କ୍ରସ୍‌ ଭୋଟିଂ କରିଥିଲେ । କଂଗ୍ରେସ ଏହି ୩ ଜଣଙ୍କୁ ଦଳରୁ ନିଲମ୍ବିତ କରିଛି ।

ଏହାରି ମଧ୍ୟରେ ଆଜି ନିଲମ୍ବିତ ବିଧାୟକମାନଙ୍କୁ ଗୋଟିଏ ପ୍ଲାଟଫର୍ମରେ ସାମିଲ୍‌ ହେବାକୁ ଆହ୍ବାନ ଦେଇଛନ୍ତି ମହମ୍ମଦ ମୋକିମ୍‌ । ଝିଅ ସୋଫିଆ ଫିର୍ଦ୍ଦୋସ କ୍ରସ୍‌ ଭୋଟିଂ କରିବା ନେଇ ସେ ମତ ରଖିଛନ୍ତି । ମୋକିମ୍ କହିଛନ୍ତି, କଂଗ୍ରେସ ଦଳ ଝିଅ ସୋଫିଆଙ୍କୁ ଅଣଦେଖା କରୁଥିଲା । ମୋତେ ବହିଷ୍କାର ପରେ ତାକୁ ବେଶି ଅଣଦେଖା କରାଯାଉଥିଲା । ଏପରିକି ଦଳର ମହିଳା କାର୍ଯ୍ୟକ୍ରମକୁ ମଧ୍ୟ ଡାକୁ ନ ଥିଲେ । ଯଦି ଦଳ ତାଙ୍କୁ ବହିଷ୍କାର କରେ ଓଡ଼ିଶା-ଜନତା-କଂଗ୍ରେସ ପାଇଁ କାମ ସେ କରିବେ ।

Related posts

ଜି-୨୦ ସମ୍ମିଳନୀ ପାଇଁ ୩୦୦ ଟ୍ରେନ ବାଧାପ୍ରାପ୍ତ 

mahabharatanews

ସଂଶୋଧିତ ଦରମା: କେନ୍ଦ୍ରକୁ ଅଫିସର୍ସ ସଂଘର ଧନ୍ୟବାଦ

mahabharatanews

ଛତ୍ରପୁରର ୫ଟି ଲଜ୍‌ ଉପରେ ଚଢାଉ

mahabharatanews