ଓଡିଶା

ଅନୁଷ୍ଠିତ ହେବ ରାବଣ ବଧ’ କାର୍ଯ୍ୟକ୍ରମ…

 ଆସନ୍ତା ମାର୍ଚ୍ଚ ୨୭ ତାରିଖ  ଠାରୁ ଶ୍ରୀରାମ ଜନ୍ମ ଉତ୍ସବ ସହିତ ଏହି ବିଶ୍ୱପ୍ରସିଦ୍ଧ ରାମଲୀଳା ଆରମ୍ଭ ହେବାକୁ ଯାଉଛି। ଯାତ୍ରାର ମୁଖ୍ୟ ଆକର୍ଷଣ ‘ରାବଣ ବଧ’ କାର୍ଯ୍ୟକ୍ରମ ଏପ୍ରିଲ ୭ ତାରିଖ ରାତିରେ ଅନୁଷ୍ଠିତ ହେବ। ଦଶପଲ୍ଲାର ପ୍ରାୟ ୧ କିଲୋମିଟର ପରିମିତ ରାସ୍ତା ଏକ ବିରାଟ ମୁକ୍ତାକାଶ ରଙ୍ଗମଞ୍ଚରେ ପରିଣତ ହୁଏ, ଯେଉଁଠି କଳାକାରମାନେ ନିଷ୍ଠାର ସହ ରାମାୟଣର ବିଭିନ୍ନ ପ୍ରସଙ୍ଗ ପରିବେଷଣ କରନ୍ତି। ୩୫ ଫୁଟ ଉଚ୍ଚର କାଷ୍ଠ ନିର୍ମିତ ଚଳନ୍ତି ରାବଣ ଏବଂ ପୁଷ୍ପକ ବିମାନ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥାଏ। ଏହି ଯାତ୍ରା ୧୮୦୨ ମସିହାରୁ ଅବ୍ୟାହତ ରହି ଆସିଛି। ଶେଷ ରାତିରେ ଶ୍ରୀରାମଙ୍କ ହସ୍ତରୁ ‘ଚଳନ୍ତା ବ୍ରହ୍ମଶର’ ନିକ୍ଷେପ କରାଯାଇ ରାବଣ ବଧ କରାଯିବାର ପରମ୍ପରା ଅତ୍ୟନ୍ତ ରୋମାଞ୍ଚକର। ଏହି ୧୩ ଦିନ ବ୍ୟାପି ଉତ୍ସବରେ ଶ୍ରୀରାମଙ୍କ ବନବାସ, ସୀତା ହରଣ, ହନୁମାନଙ୍କ ଲଙ୍କା ଗମନ ଭଳି ପ୍ରତ୍ୟକଟି ଦୃଶ୍ୟକୁ ଜୀବନ୍ତ ଭାବେ ଉପସ୍ଥାପନ କରାଯାଏ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ଯାତ୍ରା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Related posts

ବେଆଇନ୍ ବନ୍ଧୁକ କାରବାର ରାକେଟର ପର୍ଦ୍ଦାଫାସ କରିଛି ସମ୍ବଲପୁର ପୋଲିସ

mahabharatanews

ଘନ କୁହୁଡ଼ି ଯୋଗୁଁ ଭୁବନେଶ୍ୱରରେ ବିମାନ ଚଳାଚଳ ବାଧାପ୍ରାପ୍ତ

mahabharatanews

ଗାଁ ରାସ୍ତାରେ ଶାବଳରେ ଆକ୍ରମଣ କରି ଦୁଇ ଜଣଙ୍କ ଜୀବନ ନେଲା

mahabharatanews