ଓଡିଶା

ପାହାଡରେ ବାଘ ଥିବା ନେଇ ଲୋକେ ଭୟଭୀତ

ପାହାଡରେ ବାଘ ଥିବା ନେଇ ଲୋକେ ଭୟଭୀତ । ସୁନ୍ଦରଗଡ ଜିଲ୍ଲା ସବଡେଗା  ବ୍ଲକ ର ହମୀରପୁର ପଞ୍ଚାୟତର ବିରତୋଳା ଖେଳ ପଡିଆର ଅନତି ଦୂର ଯୋଗୀ ଯୋଗିଆଣୀ ପାହାଡ଼ ପାଖରେ କିଛି ପାଦ ଚିହ୍ନ ଦେଖିବାକୁ ମିଳିଛି । ଏହା ବାଘର ବୋଲି ଲୋକେ ସନ୍ଦେହ କରୁଛନ୍ତି, ସେହି ସ୍ଥାନରେ ଏକ ଗାଈକୁ ଏକ ଅଜଣା ଜନ୍ତୁ ଶିକାର କରିଥିବା ଦେଖିବାକୁ ମିଳିଛି । ଶିକାର କରିବା ସହ କିଛି ଦୂର ପର୍ଯ୍ୟନ୍ତ ଟାଣି ଟାଣି ନେଇଥିବା ମଧ୍ୟ ଜଣାପଡିଛି ।  ପାଦ ଚିହ୍ନ ଓ ପାରିପାର୍ଶ୍ଵିକ ସ୍ଥିତିରୁ ଏହା ଜଙ୍ଗଲୀ ବାଘ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।  ଏ ବିଷୟରେ ବନ ବିଭାଗକୁ ଖବର ଦେବାରୁ ବନ ବିଭାଗ ସମସ୍ତ ଘଟଣା ତଦନ୍ତ କରିଥିଲେ ଓ ପରେ ବିଭାଗ ତରଫରୁ  ଘଟଣା ଘଟିଥିବା ଏରିଆ 5 ଟି କ୍ୟାମେରା ସଂଯୋଗ କରିଛନ୍ତି ଓ ତୀକ୍ଷ୍ମ ନଜର ରଖାଯାଇଛି । ଏଥିସହିତ ଘଟଣା ପ୍ରଘଟ ହେବା ପରେ ଅଂଚଳରେ ଆତଙ୍କ ଖେଳିଯାଇଛି, ତେବେ ଏସମ୍ପର୍କରେ ଜିଲା ବନ ଖଣ୍ଡ ଅଧିକାରୀ କହିଛନ୍ତି ଏହା ବାଘ ନୁହେଁ ତେବେ ସେଠାରେ କ୍ୟାମେରା ଲଗାଯାଇଛି ଓ ସ୍ଥିତି ଉପରେ ନଜର ରଖାଯାଇଛି ।

Related posts

ପୋକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା

mahabharatanews

ଆଜିଠୁ ଆରମ୍ଭ ରଥ ନିର୍ମାଣ କାମ

mahabharatanews

ଡିସେମ୍ବର ୪ ତାରିଖରେ ପୁରୀ ବେଳାଭୂମି ଠାରେ ନୌସେନା ଦିବସ ବା ନାଭି ଡେ ପାଳିତ ହେବ;ଡ୍ରୋନ ଉଡାଇବା ଉପରେ କଟକଣା,

mahabharatanews