ଓଡିଶା

ହରିପୁର ଗ୍ରାମରେ ବିଦ୍ୟୁତ ସେବାକୁ ନେଇ ଗମ୍ଭୀର ଅଭିଯୋଗ…

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବ୍ରହ୍ମପୁର ପଞ୍ଚାୟତ ଅନ୍ତର୍ଗତ ହରିପୁର ଗ୍ରାମରେ ବିଦ୍ୟୁତ ସେବାକୁ ନେଇ ଗମ୍ଭୀର ଅଭିଯୋଗ ସାମ୍ନାକୁ ଆସିଛି। ଗ୍ରାମର ଶ୍ରୀମଇ ଜେନାଙ୍କ ଘରର ବିଦ୍ୟୁତ ଲାଇନ୍ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି। ବିରୋଧ କରିବା ପରେ ସମ୍ବନ୍ଧିତ କର୍ମଚାରୀମାନେ କହିଥିଲେ ଯେ, ଏହା ଉପରସ୍ଥ ଅଧିକାରୀ ସନ୍ତୋଷ କୁମାର ନାଏକଙ୍କ ନିର୍ଦ୍ଦେଶରେ କରାଯାଉଛି।

ଏହି ଘଟଣାରେ “ନିର୍ମଳ ଏଜେନ୍ସି”ର RA ସାଜେଶ ମାଝୀଙ୍କ ଗୁଣ୍ଡାଗିରି କରି ଅବୈଧ ଭାବରେ ଟଙ୍କା ଆଦାୟ କରୁଥିବା ଅଭିଯୋଗ ମଧ୍ୟ ଉଠିଛି। ଅଭିଯୋଗ ଅନୁସାରେ, ଯେଉଁ ଲୋକମାନେ ଟଙ୍କା ଦେଉନାହାନ୍ତି, ସେମାନଙ୍କର ବିଦ୍ୟୁତ ସଂଯୋଗ କାଟି ଦିଆଯାଉଛି। ଏହା ସହିତ ଜନତା ଜାଗରଣ ସାମ୍ବାଦିକ ପ୍ରତିନିଧିଙ୍କୁ ମଧ୍ୟ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ଆସିଛି। ମାଲୁଦ ଅଞ୍ଚଳରୁ ଆସିଥିବା କର୍ମଚାରୀ ହେମନ୍ତ କୁମାର ନାୟକ (ପିଙ୍କୁ)ଙ୍କ ନିର୍ଦ୍ଦେଶରେ ସ୍ଥାନୀୟ କର୍ମଚାରୀ—ରମେଶ ଜେନା, ଗଣେଶ ଜେନା, ସତ୍ୟଜିତ ପଳେଇ, ବିକ୍ରମ ପଳେଇ, ସୁରେଶ ଜେନା, ଦୁଷ୍ମନ୍ତ ସାହୁ ଓ ହେମନ୍ତ ଜେନା—ଏହି କାର୍ଯ୍ୟ କରୁଥିବା କୁହାଯାଉଛି।

ଗ୍ରାମବାସୀମାନଙ୍କ କହିବା ଅନୁଯାୟୀ, ଅନେକ ଲୋକଙ୍କଠାରୁ ଅବୈଧ ଭାବରେ ମୋଟା ଟଙ୍କା ଆଦାୟ କରାଯାଉଛି। ଯେଉଁମାନେ ଟଙ୍କା ଦେଉନାହାନ୍ତି, ସେମାନଙ୍କର ବିଦ୍ୟୁତ ଲାଇନ୍ କାଟି ଦିଆଯାଉଛି। ଓ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷର ପରିବେଶ ସୃଷ୍ଟି ହୋଇଛି। ଏହାର ନିଷ୍ପକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ଦାବି ହେଉଛି।

Related posts

ରାହାମା ସଟଡାଉନ

mahabharatanews

କୁଷ୍ଠରୋଗୀଙ୍କ ସହ ଭୋଜନ କଲେ ଜିଲ୍ଲାପାଳ ମୋନିଷ ବାନାର୍ଜୀ

mahabharatanews

ସାମାନ୍ୟ ବଚସାରୁ ଦୁଇ ଗୋଷ୍ଠି ମଧ୍ୟରେ ମରଣାନ୍ତଙ୍କ ଆକ୍ରମଣ

mahabharatanews