ଓଡିଶା

ଏବେ ରାଜଧାନୀର ବିଭିନ୍ନ ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଗ୍ୟାସ

ଭୁବନେଶ୍ୱରରେ ପହଞ୍ଚିଛି ୫ କେଜିକିଆ ଗ୍ୟାସ ସିଲିଣ୍ଡର । ଏବେ ରାଜଧାନୀର ବିଭିନ୍ନ ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଗ୍ୟାସ । ଗତ ବୁଧବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କରିଥିବା ଘୋଷଣା ମୁତାବକ ଯେ କୌଣସି ଲୋକ ନିଜର ପରିଚୟ ପତ୍ର ଦେଖାଇ ୧୫୭୩ ଟଙ୍କା ଦେଇ ଏହି ସିଲିଣ୍ଡର ନେଇପାରିବେ । ତେବେ ବର୍ତ୍ତମାନ ଇଣ୍ଡିଆନ ଅଏଲର ସମସ୍ତ ପେଟ୍ରୋଲ ପମ୍ପରେ ୫ କେଜି ଗ୍ୟାସ ଉପଲବ୍ଧ ଅଛି ।

ଏଣିକି ଛାତ୍ରଛାତ୍ରୀ ଏବଂ ଯେଉଁମାନେ ଶ୍ରମିକ ମାନେ ଏହି ୫ କେଜିକିଆ ସିଲିଣ୍ଡର ଉପରେ ନିର୍ଭରଶୀଳ ତାଙ୍କୁ ଆଉ ଅସୁବିଧା  ହେବ ନାହିଁ । ବିନା ପ୍ରମାଣ ପତ୍ରରେ ଏହି ଗ୍ୟାସ ସିଲିଣ୍ଡର ମିଳିବ, ଆଉ ଏଥିପାଇଁ ପ୍ରି ବୁକିଂର ମଧ୍ୟ ଆବଶ୍ୟକତା ନାହିଁ । ଏହି ସିଲେଣ୍ଡର ପାଇଁ ଆଉ ଏକ ହେଉଛି, ସିଲିଣ୍ଡର ସିକ୍ୟୁରୀଟି ବାବଦରେ ୮୦୦ ଟଙ୍କା ପ୍ଲସ ଜିଏସ ଟି ରହିଛି । ଏଥିସହ ୫୯୩ ଟଙ୍କା ଦେଇ ଏହାକୁ ପୁନର୍ବାର ରିଫିଲ୍ କରିପାରିବେ । ତେବେ ସିଲିଣ୍ଡର ନ ମିଳିବା କାରଣରୁ ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ୁଥିବା ବେଳେ ଶ୍ରମିକମାନେ ରାଜଧାନୀ ଛାଡ଼ି ଗାଁକୁ ଫେରି ଯାଇଥିଲେ । ଏବେ ଏହି ସିଲିଣ୍ଡର ମିଳିବା ଯୋଗୁଁ ସେମାନେ ଉପକୃତ ହୋଇପାରିବେ ।

Odisha to Offer 5-kg LPG Cylinders at Petrol Pumps.

Related posts

ପରଲୋକରେ କଂଗ୍ରେସର ବରିଷ୍ଠ ନେତା ଅଶୋକ ସାମଲ

mahabharatanews

ଓଡ଼ିଶା ଛାଡିବା ବେଳେ ଭାବ ବିହ୍ୱଳ ହୋଇ ପଡିଲେ ପ୍ରଫେସର ଗଣେଶୀ ଲାଲ୍‌

mahabharatanews

ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡରେ ପୁରସ୍କୃତ ପରେ ନବୀନଙ୍କ ନୀରବ ବାର୍ତ୍ତା

mahabharatanews