ଓଡିଶା

ବରିଷ୍ଟ ନାଗରିକଙ୍କ ସଚେତନତା କାର୍ଯକ୍ରମ

ଆଜି ପଞ୍ଚାନନ ସାହୁଙ୍କ ସଭାପତିତ୍ୱରେ ବାରକୋଟ ବ୍ଲକର 24ଗୋଟି ଗ୍ରାମପଂଚାୟତରୁ ସାଢେତିନିଶହ ରୁ ଉର୍ଦ୍ଧ ଜଣ ବରିଷ୍ଠ ନାଗରିକଙ୍କୁ ନେଇ  ବରିଷ୍ଠ ନାଗରିକ ମଞ୍ଚର ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ବୈଠକ ଓ ସଚେତନତା ଶିବିର ଆଜି  ଅନୁଷ୍ଠିତ ହୋଇଯାଇଛି। ବାରକୋଟ ବ୍ଲକ ସ୍ତରୀୟ ବରିଷ୍ଠ ନାଗରୀକ ମଞ୍ଚ ସଭାପତି ପଞ୍ଚାନନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅଥିତି ଭାବେ ଦେବଗଡ ଜିଲ୍ଲାର ବିଧାୟକ ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ମୁଖ୍ୟ ବକ୍ତା ଭାବେ ଦେବଗଡ ଜିଲ୍ଲା ଆରକ୍ଷୀ ଅଧକ୍ଷ ଶ୍ରୀ ଅନିଲ କୁମାର ମିଶ୍ର ଯୋଗଦେଇ  ବରିଷ୍ଠ ନାଗରିକଙ୍କ ପାଇଁ ସୁରକ୍ଷା,ସମାଜିକ ସମସ୍ୟା ଓ ଆଇନ ଶୃଙ୍ଖଳା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ସାଇବର ଅପରାଧ, ସଡ଼କ ସୁରକ୍ଷା ଉପରେ ସଚେତନତା କରାଯାଇଥିଲା। ବାର୍ଦ୍ଧକ୍ୟ ସମୟରେ ପରିବାର ସହିତ କିଭଳି ସୁସମ୍ପର୍କ ସ୍ଥାପନ କରି ଜୀବନ ଅତିବାହିତ କରିପାରିବେ ସେ ସମ୍ପର୍କରେ ପରାମର୍ଶ କରାଯାଇଥିଲା।

ବରିଷ୍ଠ ନାଗରିକ ମାନଙ୍କୁ ପୁଲିସ ତରଫରୁ ପ୍ରାଥମିକତା ଦିଆଯାଉଛି । କୌଣସି ସମସ୍ୟାର ସମ୍ମୁଖିନ ହେଲେ ନିକଟସ୍ଥ ଥାନାକୁ ଜଣାଇବା ପାଇଁ କୁହାଯାଇଥିଲା । ଏଥିସହ ବରିଷ୍ଠ ନାଗରିକ ପରିଚୟ ପତ୍ର ପ୍ରଦାନ କରାଯିବା ସହିତ ବାହାରକୁ ଯାଉଥିବା ବେଳେ ସାଙ୍ଗରେ ଉକ୍ତ ପରିଚୟ ପତ୍ର ନେଇଥିଲେ ବରିଷ୍ଠ ନାଗରିକଙ୍କ ପାଇଁ ରହିଥିବା ବିଭିନ୍ନ ସୁବିଧା ସୁଯୋଗ ସହଜରେ ମିଳି ପାରିବ ବୋଲି ସଚେତନ କରାଯାଇଥିଲା ।ଏଥିସହ ଶେଷରେ ସମସ୍ତ ବରିଷ୍ଠ ନାଗରିକ ସହମତି କ୍ରମେ ବିଭିନ୍ନ ପ୍ରକାର ସହାୟତାର ଦାବୀ ପତ୍ର ଜିଲ୍ଲା ଆରକ୍ଷୀ ଅଧିକାରୀ ଏବଂ ଦେବଗଡ ବିଧାୟକ ମହୋଦୟଙ୍କୁ ପ୍ରଦାନ କରିଥିଲେ ଏବଂ  ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଏକତା ଓ ସେବା ମନୋଭାବ ବୃଦ୍ଧି କରିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ।

Related posts

ନନ୍ଦନକାନନରେ ୪ ଦିନରେ ୪ ପକ୍ଷୀଙ୍କ ମୃତ୍ୟୁ

mahabharatanews

ଦଙ୍ଗା ସୃଷ୍ଟି କାରିଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ରାଇରଙ୍ଗପୁରରେ ବିଜେପି ତରଫରୁ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

mahabharatanews

୧୭ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା; ୟେଲୋ ୱାର୍ଣ୍ଣିଂ ଜାରି 

mahabharatanews