ଓଡିଶା

ଆସନ୍ତା ୧୮ରୁ ୨୧ ସ୍କୁଲ, କଲେଜ ଛୁଟି

ରାଜ୍ୟରେ ଗ୍ରୀଷ୍ମ ତାପ ଏବେ ଭୟଙ୍କର ରୂପ ନେଇଛି। ମୁଣ୍ଡ ଫଟା ଖରା ସହ ଅସହ୍ୟ ଗୁଳୁଗୁଳିରେ ଜନଜୀବନ ପ୍ରାୟ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଘରୁ ବାହାରିବା ମୁସ୍କିଲ ହୋଇପଡିଛି। ଏହାରି ମଧ୍ୟରେ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ପାଇଁ ବଡ଼ ଅପଡେଟ୍ ରହିଛି । କାଲିଠୁ ବଲାଙ୍ଗିରରେ ସ୍କୁଲ, କଲେଜ ଛୁଟି ପାଇଁ ଘୋଷଣା ହୋଇଛି । ସ୍କୁଲ, କଲେଜ ସହ ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର । ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ । ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। ପରେ ପରିସ୍ଥିତି ଦେଖି ଖରାଛୁଟି ନିଷ୍ପତ୍ତି ନେବ ପ୍ରଶାସନ।

ତେବେ ଜିଲ୍ଲାପାଳମାନଙ୍କ ରିପୋର୍ଟ ଆଧାରରେ ଖରା ଛୁଟି ନିଷ୍ପତ୍ତି ନିଆଯିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେପଟେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ୨-୩ ଡିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦିନର ସର୍ବାଧିକ ତାପମାତ୍ରା ପ୍ରାୟ ୨ ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢ଼ିପାରେ । ୨୪ ଘଣ୍ଟା ପରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ଅର୍ଥାତ୍ ତାତି ସ୍ଥିର ରହିବ। ୨୪ ଘଣ୍ଟା ପରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଅର୍ଥାତ୍ ତାତି ସ୍ଥିର ରହିବ। ଆଗାମୀ ସପ୍ତାହ ପାଇଁ ଉପକୂଳ ଜିଲ୍ଲା ଭୁବନେଶ୍ୱର, କଟକ, ପୁରୀରେ ତାପମାତ୍ରା ୩୬ ରୁ ୪୦ ଡିଗ୍ରୀ ସେଲସିୟସ ରହିବ।

Related posts

ପ୍ରଥମ ବର୍ଷାରେ ତୁରୀ ନଦୀ ପୋଲ ଭୁଶୁଡିଲା

mahabharatanews

ଅଜଣା ଗାଡ଼ି ଧକ୍କାରେ ପରିବା ବିକାଳି ମୃତ

mahabharatanews

ଓଏଏସ୍ ରେ ସଫଳତା ପରେ ବିରେନ୍ଦ୍ର କୁମାର ଜେନାଙ୍କୁ ଭବ୍ୟ ସମ୍ବର୍ଦ୍ଧନା…

mahabharatanews