ଅପରାଧଓଡିଶାଦୁର୍ଘଟଣା

ରାସ୍ତାରେ ଶୋଇ ଥିବା ଷଣ୍ଢ ପଲଙ୍କୁ ଚାପି ଦେଲା ହାଇଓ୍ଵା, ଉତ୍ୟକ୍ତ ଲୋକେ ଜାଳିଦେଲେ ହାଇଓ୍ବା

ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତା ନାଲୁଗୁଣ୍ଡା  ଛକ ନିକଟରେ  ଶୋଇଥିବା ୮ ଷଣ୍ଢଙ୍କ ଉପରେ ମାଡିଗଲା ହାଇୱା, ଡ୍ରାଇଭର ବେପରୁଆ ଚାଳନାରୁ ଗଲା ଷଣ୍ଡଙ୍କ ଜୀବନ। ସୂଚନା ଅନୁଯାୟୀ ଭଦ୍ରକରୁ ଏକ ମାଲ୍ ବୋଝେଇ ହାଇଓ୍ଵା ଚାନ୍ଦବାଲି ଅଭିମୁଖେ ଆସୁଥିବା ବେଳେ ଚାନ୍ଦବାଲି ଥାନା ଅଧୀନସ୍ଥ ନାଲୁଗୁଣ୍ଡା ବଜାରରେ ଘଟିଛି ଏଭଳି ଘଟଣା ।  ଗତକାଲି ବିଳମ୍ବିତ ରାତିରେ ଘଟିଛି ଏକ ଅମାନବୀୟ ଦୁର୍ଘଟଣା ।ରାସ୍ତା କଡରେ ଶୋଇ ଥିଲେ ଆଠ ଷଣ୍ଢ । ସେମାନେ ଜାଣି ନଥିଲେ… ଏଇ ନିଦ ହିଁ ସେମାନଙ୍କର ଶେଷ ନିଦ ହେବ ବୋଲି। ହଠାତ୍ ଏକ ଦ୍ରୁତଗାମୀ ହାଇୱା ଆସି ସେହି ଶୋଇଥିବା ଷଣ୍ଢ ପଲ ଉପରେ ମାଡିଗଲା। ଡ୍ରାଇଭରଙ୍କ ବେପରୁଆ ଚାଳନା ଯୋଗୁଁ ଘଟଣାସ୍ଥଳରେ ହିଁ ୮ଟି ଷଣ୍ଢ ଙ୍କ ଉପରେ ଚଢି ଗଲା। ୫ଟି ଷଣ୍ଢ ମୃତ ହୋଇଥିବା ବେଳେ ଆଉ ୩ଟି ଷଣ୍ଢ ମରଣ ସହ ସଂଗ୍ରାମ କରୁଛନ୍ତି । ଏମିତି ରାସ୍ତା ସାରା ରକ୍ତର ଛିଟା… ଆଉ ପଡିଥିଲା ନିରୀହ ପଶୁଙ୍କ କ୍ଷତବିକ୍ଷତ ଶରୀର। ଏ ବିଭତ୍ସ ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ କ୍ଷୋଭରେ ଫାଟି ପଡିଲେ। ଉତ୍ତେଜନା ଏତେ ବଢିଗଲା ଯେ ଲୋକେ ଦୁର୍ଘଟଣାଗ୍ରସ୍ତ ହାଇୱାରେ ନିଆଁ ଲଗାଇଦେଲେ। କିଛି ମୁହୂର୍ତ୍ତରେ ହାଇୱାଟି ଜଳି ପାଉଁଶ ହୋଇଗଲା। ଖବର ପାଇ ଅଗ୍ନିଶମ ବାହିନୀ ଓ ଚାନ୍ଦବାଲି ପୋଲିସ୍ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ହାଇୱା ଡ୍ରାଇଭର ଘଟଣା ପରେ ଫେରାର୍ ହୋଇଯାଇଥିବା ଜଣାପଡିଛି।

Related posts

ବନ୍ଦ ହେଲା ଆଉ ୪ଟି ଗେଟ, ୧୦ଟି ଗେଟ୍‌ ଦେଇ ଚାଲିଛି ଜଳ ନିଷ୍କାସନ 

mahabharatanews

ହୋଇପାରେ ଲଘୁଚାପ ! ଦୁଇଦିନ ପ୍ରବଳ ବର୍ଷା

mahabharatanews

କଳିଙ୍ଗ ଶଙ୍କର ଚକ୍ଷୁ ଚିକିତ୍ସା କର୍ମଶାଳା ଆୟୋଜିତ

mahabharatanews