ଓଡିଶା

ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହାହେଲେ ରୋଗୀ

ରାସ୍ତା ନଥିବାରୁ ସାହିକୁ ଆସିପାରିଲାନି ଆମ୍ବୁଲାଵ. ଦୁଇଜଣ ଗୁରୁତର ରୋଗୀଙ୍କୁ ଷ୍ଟ୍ରେଚରରେ ବୋହି ଆଣିବା ପରେ ଶେଷରେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଛି. ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ହଦଗଡ଼ ପଞ୍ଚାୟତର ଜୁଣପଶି ସାହିରେ. ହଦଗଡ଼ ପଞ୍ଚାୟତ ପିତାନାଉ ଗ୍ରାମର ଜୁଣପଶି ସାହିରେ ୩୦ରୁ ଉର୍ଦ୍ଧ ପରିବାର ବାସ କରୁଛନ୍ତି । ହଦଗଡ଼ ହସ୍ତୀ ଅଭୟାରଣ୍ୟ ଭିତରେ ସାହିଟି ରହିଥିବାରୁ ଏଠାକାର ଲୋକେ ରାସ୍ତା, ପାନୀୟଜଳ, ବିଦ୍ୟୁତ୍ ସଂଯୋଗରୁ ବଞ୍ଚିତ ହୋଇଛନ୍ତି। ସାହିର ପଞ୍ଚ ଝାମ୍ପୁଆ ଓ ପୁଅ ପୁନା ଝାମ୍ପୁଆ ଅସୁସ୍ଥ ହୋଇପଡ଼ିଥିଲେ ।

ଉଭୟଙ୍କୁ ଡାକ୍ତରଖାନା ନେବାପାଇଁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଆମ୍ବୁଲାନ୍ସଟି ପିତାନାଉ ଦେଇ ଯିବାବେଳେ ସୁନାଶଗଡ଼ ଘାଟି ନିକଟରେ ଅଟକି ରହିଥିଲା। ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ କର୍ମଚାରୀଙ୍କ ସମେତ ପରିବାର ଲୋକେ ଉଭୟଙ୍କୁ ଷ୍ଟ୍ରେଚରରେ ବୋହି ଆଣିବା ପରେ ଆମ୍ବୁଲାନ୍ସରେ ଆନନ୍ଦପୁର ଡାକ୍ତରଖାନା ନେଇଥିଲେ । ଉପଖଣ୍ଡ ରାସ୍ତା ନଥିବାରୁ ଜୁଣପଶି ସାହିର ଲୋକେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Related posts

ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି

mahabharatanews

ଆସନ୍ତା ୨୪ ଘଣ୍ଟାରେ ୨୫ ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ସମ୍ଭାବନା

mahabharatanews

ଓୟୁଏଟି ଫାର୍ମରେ ଅଖିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ

mahabharatanews