ଓଡିଶା

ହିନ୍ଦୋଳ ପୋଲିସର ଅତର୍କିତ ଚଢ଼ାଉ , ୭ ପେଟିରୁ ଉର୍ଦ୍ଧ ବିଦେଶୀ ମଦ ଜବତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ବଲସର ଗାଁରେ ହିନ୍ଦୋଳ ପୋଲିସର ଏକ ଟିମ ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଚଢ଼ାଉ କରିଥିଲା। ହିନ୍ଦୋଳ ଥାନା ଅଧିକାରିଣୀ ମମତା ସାମନ୍ତରାୟଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିବା ବେଳେ ବଲସର ଗାଁର ଟୁଟୁ ସାମଲଙ୍କ ତେଜରାତି ଦୋକାନରୁ ୭ ପେଟିରୁ ଉର୍ଦ୍ଧ ବିଦେଶୀ ମଦ ଜବତ କରିବାସହ ଅଭିଯୁକ୍ତ ଟୁଟୁ ସାମଲକୁ ଗିରଫ କରି ଅଧିକ ପଚରାଉଚରା ଜାରି ରଖିଛି ହିନ୍ଦୋଳ ପୋଲିସ।

ଦୀର୍ଘ ଦିନ ହେବ ଟୁଟୁ ବେଆଇନ ବିଦେଶୀ ମଦ କାରବାରରେ ଲିପ୍ତ ରହିଥିବା ପୋଲିସ ଖବର ପାଇଥିଲା। ହିନ୍ଦୋଳ ଅଞ୍ଚଳରେ ବେଆଇନ ଚୋରା ମଦ କାରବାର ଚାଲୁଥିବାବେଳେ ସ୍ଥାନୀୟ ଅବକାରୀ ବିଭାଗ ସ୍ଥାଣୁ ପାଲଟିଥିବା ବେଳେ ହିନ୍ଦୋଳ ପୋଲିସର ଏହି ଚଢ଼ାଉ ଆଗାମୀ ଦିନରେ ଜୋରଦାର ହେବ ବୋଲି କହିଛନ୍ତି ଥାନା ଅଧିକାରିଣୀ ମମତା ସାମନ୍ତରାୟ।

Related posts

ଆଜି ରାଜ୍ୟରୁ ୧୨୦୩ କରୋନା ପଜିଟିଭ ଚିହ୍ନଟ

mahabharatanews

ବଢିଲା ବାଚସ୍ପତିଙ୍କ ଏବଂ ଉପବାଚସ୍ପତିଙ୍କ ଦରମା

mahabharatanews

ଓଜନ ମାପରେ ଠକୁଛନ୍ତି ପେଟ୍ରୋଲ ପମ୍ପ ଓ ସୁନା ଦୋକାନୀ

mahabharatanews