ଓଡିଶାପାଣିପାଗ

ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଛି ସାରା ଓଡ଼ିଶା

ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଛି ସାରା ଓଡ଼ିଶା । ପଶ୍ଚିମରୁ ଉପକୂଳ, ସବୁଠି ସମାନ ସ୍ଥିତି । ଆସନ୍ତା ୪ ଦିନ ପର୍ୟ୍ୟନ୍ତ ହିଟୱେଭ ନେଇ ପାଣିପାଗ ବିଭାଗର ସତର୍କତା। ଆସନ୍ତାକାଲି ହିଟୱେଭ ଓ ଗୁଳୁଗୁଳି ନେଇ ଆସନ୍ତାକାଲି ୧୬ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି ହୋଇଛି। ସକାଳ ୭ଟା ବାଜିଲେ ହିଁ ସହର ଗୁଡ଼ିକରେ ତାତି ଅସହ୍ୟ ହୋଇପଡ଼ୁଛି । ଯାହାଫଳରେ ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇଯାଇଛି । ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଦକ୍ଷିଣ-ପଶ୍ଚିମ ଦିଗରୁ ପବନ ପ୍ରବାହିତ ହେଉଥିବାରୁ ତାତିର ପ୍ରକୋପ ଏଭଳି ଭାବେ ଅନୁଭୂତ ହେଉଛି । ୨୧ ତାରିଖ ପାଇଁ ୧୮ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୨ ତାରିଖ ୧୯ ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏବଂ ୨୩ ତାରିଖ ପାଇଁ ୨୫ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ ବିଭାଗ।

ବିଶେଷକରି ପଶ୍ଚିମ ଓଡ଼ିଶା ପାଇଁ ହିଟୱେଭ ଜାରି ହୋଇଥିବା ବେଳେ ଉପକୁଳ ଜିଲ୍ଲାଗୁଡିକ ପାଇଁ ଗୁଳୁଗୁଳୁ ନେଇ ସତର୍କତା ଜାରି ହୋଇଛି। ଆଗକୁ ତାପମାତ୍ରା ଆହୁରି ବଢିବା ସମ୍ଭାବନା ଥିବା ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ୪୧ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ସମ୍ବଲପୁର ଓ ହୀରାକୁଦରେ ୪୦ ଡିଗ୍ରି ପହଞ୍ଚିଛି ପାରଦ। ସେହିପରି ରାଜଧାନୀ ଭୁବନେଶ୍ବରରେ ୩୭.୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।

Related posts

ଗଜପତି ଜିଲ୍ଲାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ବର୍ଣ୍ଣବୋଧ ଉତ୍ସବ ଅନୁଷ୍ଠିତ

mahabharatanews

ଆଖି ବୁଜିଲା ମଣିଷଖିଆ ଭାଲୁ

mahabharatanews

ଜିଲ୍ଲାର ଦୁଇ ସହରକୁ ଲକ ଡାଉନ

mahabharatanews