ଦେଶ ବିଦେଶସ୍ୱାସ୍ଥ୍ୟ

ସଂକ୍ରମିତଙ୍କ ମୃତ୍ୟୁସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି

ଇବୋଲା ଭାଇରସରେ ସଂକ୍ରମିତଙ୍କ ମୃତ୍ୟୁସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି। ଆଫ୍ରିକୀୟ ଦେଶ କଙ୍ଗୋରେ ବ୍ୟାପୁଛି ଏହି ବିରଳ ପ୍ରଜାତି ଭାଇରସ୍। ସରକାରଙ୍କ ବିଳମ୍ବ ପ୍ରତିକ୍ରିୟା ବିଷୟରେ ବିବରଣୀ ପ୍ରକାଶ ପାଇବା ପରେ କଙ୍ଗୋ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ଦିନ କହିଛି ଯେ,ପୂର୍ବ କଙ୍ଗୋରେ ଇବୋଲା ୧୩୧ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଭାଇରସ  ସଂକ୍ରମଣରେ   ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଜଣେ ଆମେରିକୀୟ ଡାକ୍ତର  ସଂକ୍ରମିତ ହୋଇଛନ୍ତି। ଇବୋଲା ଭାଇରସ୍ ପ୍ରକୋପ କଙ୍ଗୋ ସହ ଦେଶ ପଡ଼ୋଶୀ ଉଗାଣ୍ଡାରେ ବ୍ୟାପିବାରେ ଲାଗିଛି।

୫୧୩ ସନ୍ଦିଗ୍ଧ ମାମଲା ରିପୋର୍ଟ କରାଯାଇଛି ବୋଲି ଜନସ୍ୱାସ୍ଥ୍ୟ ମନ୍ତ୍ରୀ ସାମୁଏଲ୍ ରୋଜର କାମ୍ବା କହିଛନ୍ତି । ଏଗୁଡ଼ିକ ସନ୍ଦେହଜନକ ମୃତ୍ୟୁ, ଏବଂ କେଉଁଗୁଡ଼ିକ ପ୍ରକୃତରେ ଏହି ରୋଗ ସହିତ ଜଡିତ ତାହା ନିର୍ଣ୍ଣୟ କରିବା ପାଇଁ ତଦନ୍ତ ଚାଲିଛି। ରବିବାର ଦିନ ଡବ୍ଲୁଏଚ୍ଓ ଇବୋଲା ପ୍ରକୋପକୁ ଅନ୍ତର୍ଜାତୀୟ ଚିନ୍ତାର ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲା । ଏହି ପ୍ରକୋପକୁ ଅନ୍ତର୍ଜାତୀୟ  ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ’ହୁ’।  ଇଟୁରି ଏବଂ ଉତ୍ତର କିଭୁ ପ୍ରଦେଶରେ ୩ ଶହରୁ ଅଧିକ ସନ୍ଦିଗ୍ଧ ମାମଲା ଚିହ୍ନଟ ହୋଇଥିବା ବେଳେ ୧୧୮ ଜଣଙ୍କ ମୃତ୍ୟୁ ରିପୋର୍ଟ ଆସିଛି।

Related posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜାତି ଉଦ୍ଦେଶ୍ୟରେ ଅଭିଭାଷଣ, ବିଜେପି-ବିରୋଧୀଙ୍କ ବାକ୍ ଯୁଦ୍ଧ

mahabharatanews

୨୪ ଘଣ୍ଟାରେ ୫,୪୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ସରକାରୀ ପାଣ୍ଠି ଆତ୍ମସାତ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, IAS ଅଧିକାରୀ ଗିରଫ

mahabharatanews