ଖେଳଦେଶ ବିଦେଶ

ଭାରତ ୧୯ ବର୍ଷରୁ କମ୍ ପୁରୁଷ ବିଶ୍ୱକପରେ ବିଜୟ ସହିତ ଆରମ୍ଭ କରିଛି ଅଭିଯାନ

ଭାରତ ୧୯ ବର୍ଷରୁ କମ୍ ପୁରୁଷ ବିଶ୍ୱକପରେ ବିଜୟ ସହିତ ଆରମ୍ଭ କରିଛି ଅଭିଯାନ । ଦଳ ଉଦଘାଟନୀ ମ୍ୟାଚ୍‌ରେ ଆମେରିକାକୁ ଛଅ ୱିକେଟରେ ପରାସ୍ତ କରିଛି । ଗୁରୁବାର ବୁଲାୱାୟୋରେ, ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇ ଆମେରିକାକୁ ୧୦୭ ରନ୍‌ରେ ଅଲଆଉଟ୍ କରିଥିଲା ଏବଂ ମାତ୍ର ୧୭.୨ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଆମେରିକାର ଆରମ୍ଭ ଖରାପ ଥିଲା । ମାତ୍ର ୩୯ ରନ୍‌ରେ ପାଞ୍ଚ ୱିକେଟ୍ ହରାଇଥିଲା ଆମେରିକା । ଅମ୍ରିନ୍ଦର ଗିଲ୍ ୧, ସାହିଲ ଗର୍ଗ ୧୬, ଉତ୍କର୍ଷ ଶ୍ରୀବାସ୍ତବ ଶୂନ, ଅର୍ଜୁନ ମହେଶ ୧୬ ଏବଂ ଅମୋଘ ଆରେପାଲି ୩ ରନ୍‌ରେ ଆଉଟ୍ ହୋଇଥିଲେ। ତା’ପରେ ଅଦନୀତ ଝାମ୍ବ ୧୮ ରନ୍‌ କରି ଦଳକୁ ୫୦ ରନ୍‌ ଅତିକ୍ରମ କରାଇଥିଲେ । ନୀତୀଶ ସୁଦିନି ଶେଷରେ ୩୬ ରନ୍‌ କରି ଦଳକୁ ୩୫.୨ ଓଭରରେ ୧୦୭ ରନ୍‌ରେ ପହଞ୍ଚାଇଥିଲେ । ଭାରତ ପକ୍ଷରୁ ହେନିଲ ପଟେଲ ପାଞ୍ଚଟି ୱିକେଟ୍ ନେଇଥିଲେ । ବୈଭବ ସୂର୍ଯ୍ୟବଂଶୀ, ଦୀପେଶ ଦେବେନ୍ଦ୍ରନ୍, ଆରଏସ ଅମ୍ବ୍ରିଶ ଏବଂ ଖିଲାନ ପଟେଲ ଜଣକା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

India U19 vs USA U19 Live Score, ICC Under-19 World Cup 2026: Ayush Mhatre  and Co. look to get off to winning start - Sportstar

୧୦୮ ରନର ବିଜୟ ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ବୈଭବ ସୂର୍ଯ୍ୟବଂଶୀ ମାତ୍ର ୨ ରନ କରି ଆଉଟ୍ ହୋଇଥିଲେ । ତାଙ୍କୁ ଆମେରିକୀୟର ଦ୍ରୁତ ବୋଲର ରିତ୍ୱିକ ଆପିଡି ବୋଲ୍ଡ କରିଥିଲେ । ଖେଳ ମଝିରେ ବର୍ଷା ହୋଇଥିଲା ସେତେବେଳେ ଭାରତ ୪ ଓଭରରେ ୧ ୱିକେଟ ହରାଇ ୨୧ ରନ କରିଥିଲା । ଖେଳ ପୁନର୍ବାର ଆରମ୍ଭ ହେବା ପରେ ଦଳକୁ ୯୬ ରନର ସଂଶୋଧିତ ଟାର୍ଗେଟ ଦିଆଯାଇଥିଲା । ଅଧିନାୟକ ଆୟୁଷ ମହାତ୍ରେ ୧୯ ରନ କରି ଆଉଟ ହୋଇଥିଲେ । ତାଙ୍କ ପଛକୁ ବେଦାନ୍ତ ତ୍ରିବେଦୀ ୨ ଏବଂ ବିହାନ ମାଲହୋତ୍ରା ୧୮ ରନ କରି ଆଉଟ୍ ହୋଇଥିଲେ । ୱିକେଟକିପର ଅଭିଜ୍ଞାନ କୁଣ୍ଡୁ କନିଷ୍କ ଚୌହାନଙ୍କ ସହ ମିଶି ୧୮ତମ ଓଭରରେ ବିଜୟ ସୁନିଶ୍ଚିତ କରିଥିଲେ । କୁଣ୍ଡୁ ୪୨ ରନ କରି ଅପରାଜିତ ରହିଥିଲେ ଏବଂ କନିଷ୍କ ୧୦ ରନ କରି ଅପରାଜିତ ରହିଥିଲେ । ଆମେରିକା ପକ୍ଷରୁ ରିତ୍ୱିକ ଆପିଡି ୨ଟି ୱିକେଟ ନେଇଥିଲେ । ରିଷଭ ସିମ୍ପି ଏବଂ ଉତ୍କର୍ଷ ଶ୍ରୀବାସ୍ତବ ଜଣକା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

India vs USA Highlights, Under-19 World Cup: Abhigyan, Henil lead IND U-19  to opening-day victory over USA U-19 - Sportstar

Related posts

ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ୧୪ ଜଣଙ୍କ ମୃତ୍ୟୁ, ମହିଳା ଡବା ସବୁଠାରୁ ଅଧିକ ପ୍ରଭାବିତ

mahabharatanews

ବିଜେପିରେ ଯୋଗଦେବା କଥାକୁ ଖଣ୍ଡନ କଲେ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ

mahabharatanews

ୟୁରୋପ, ଆମେରିକାରେ ବଢିଛି, ଭାରତରେ କମିଛି ଦୁର୍ନୀତି

mahabharatanews