ଓଡିଶା

ଗାରାବନ୍ଧ ପ୍ରାଥମିକ ଚିକିତ୍ସାଳୟ ଅଚାନକ ଗ୍ରସ୍ତ କଲେ ବିଧାୟକ

ଗଜପତି  ଜିଲ୍ଲା ଗୋଷାଣୀ ବ୍ଲକ ଗାରବନ୍ଧ ପ୍ରାଥମିକ ଚିକିତ୍ସାଳୟକୁ ଅଚାନକ ବିଧାୟକ ରୁପେସ ପାଣିଗ୍ରାହି ଗ୍ରସ୍ତ କଲେ । ଚଳିତ ସପ୍ତାହରେ ଜଣେ ରୋଗୀ ଆସି ଫେରିବା ଓ ଚିକିତ୍ସାଳୟ ଚାବି ପଡ଼ିବା ଘଟଣା ଜାଣିବା ପରେ ଆଜି ବିଧାୟକ ଅଚାନକ ଆସି ପହଞ୍ଚିଥିଲେ, ସ୍ଥାନୀୟ ଲୋକେ ଅଭିଯୋଗ କରିଆସୁଥିଲେ କି ଏହି ଚିକିତ୍ସାଳୟ ଠିକ୍ ସମୟ ରେ ଖୋଲା ଯାଉନାହିଁ। ଏହି ଅଞ୍ଚଳ ବାସି ଏହି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି।  ତେଣୁ ସ୍ଥାନୀୟ ଲୋକେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଟି 24 ଘଣ୍ଟା ଖୋଲିବା ପାଇଁ ଦାବି ରଖିଛନ୍ତି । ବିଧାୟକ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଡିଲେ ବିଭାଗୀୟ ଅଧିକାରୀ ଓ ବିଭିଗୀୟ ମନ୍ତ୍ରୀ ଙ୍କୁ ଅବଗତ କରାଇ 24 ଘଣ୍ଟିଆ ଖଳିବା ପାଇଁ ଓ ଆବଶ୍ୟକ ଥିବା କର୍ମଚାରୀ ନିଯୁକ୍ତି କରିବା ପାଇଁ ନିବେଦନ କରିବେ ବୋଲି ଜଣାଇଛନ୍ତି ଏହି ଗ୍ରସ୍ତ ସମୟରେ ବିଧାୟକ ସମେତ ଗୋଷାଣୀ ବ୍ଲକ ଅଧକ୍ଷ ଏନ୍ ବିରରାଜୁ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ ।

Related posts

ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ! କେତେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ପରଜଙ୍ଗ ବୃନ୍ଦାବନପୁର ଗାଁରେ କାଳ ବୈଶାଖୀର ତାଣ୍ଡବ…

mahabharatanews

ବାଲୁକା ମହୋତ୍ସବର ୨ୟ ଦିନରେ ପରିବେଶ ସୁରକ୍ଷାର ବାର୍ତ୍ତା

mahabharatanews