ଓଡିଶା

ରାଜ୍ୟ ଟପରଙ୍କୁ ପଞ୍ଚାୟତ ପକ୍ଷରୁ ସମ୍ବର୍ଦ୍ଧନା

ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ରାଜ୍ୟର ତୃତୀୟ ସ୍ଥାନ ଅଧିକାର କରିଥିବା କଟକ ତ୍ରିସୁଳିଆ ସ୍ଥିତ ସରସ୍ୱତୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ମାନସ ରଞ୍ଜନ ସ୍ବାଇଁ 596 ନମ୍ବର ରଖି କଲେଜ ସମେତ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳ ପାଇଁ ଗର୍ବ ପାଲଟିଛନ୍ତି l ମାନସ ରଞ୍ଜନ ସ୍ବାଇଁ ଆଳି ବ୍ଳକ ନରେନ୍ଦ୍ରପୁର ପଞ୍ଚାୟତର ଶିକ୍ଷାବିତ ମଧୁସୂଦନ ସ୍ବାଇଁଙ୍କ ପୁଅ l

ମାନସଙ୍କ ଏହି ସଫଳତା ପାଇଁ ନରେନ୍ଦ୍ରପୁର ପଞ୍ଚାୟତ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି l ପଞ୍ଚାୟତର ସରପଞ୍ଚ ଇନ୍ଦୁମତୀ ସ୍ବାଇଁ କୃତି ଛାତ୍ର ମାନସଙ୍କ ଘରେ ପହଞ୍ଚି ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l ସମ୍ବର୍ଦ୍ଧନା ସମୟରେ ପଞ୍ଚାୟତର ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ l  ମାନସ ଆଗାମୀ ଦିନରେ ଡାକ୍ତର ହୋଇ ରୋଗୀ ସେବା କରିବା ନିମନ୍ତେ ଲକ୍ଷ ରଖିଛନ୍ତି l

Related posts

ସୁଶାନ୍ତଙ୍କ ମା’ଙ୍କୁ ସମ୍ବର୍ଦ୍ଧନା

mahabharatanews

ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ- 2026 ଜିଲ୍ଲାସ୍ତରୀୟ ଯୁଵୋତ୍ସବ

mahabharatanews

ସାବଧାନ ! ରାତି ପାହିଲେ ଖୋଲିବ ଗେଟ

mahabharatanews