ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡରେ କାର୍ଯ୍ୟରତ ଅଗ୍ରଣୀ ସାମ୍ବାଦିକ ସଂଗଠନ ବାବା ଧବଳେଶ୍ୱର ୱେବ ମିଡ଼ିଆ ମହାସଂଘ’ ପକ୍ଷରୁ ଏକ ଭବ୍ୟ ସ୍ୱାଗତ ସମର୍ଦ୍ଧନା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ନୁଁନୁକାପଶି ପଂଚାୟତ ଅନ୍ତର୍ଗତ ବଇଣ୍ଡା କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ମହାସମାରୋହ ଓ ଉତ୍ସାହର ସହ ପାଳିତ ହୋଇଛି। ମହୋତ୍ସବର ପ୍ରାରମ୍ଭରେ ନିମନ୍ତ୍ରିତ ଅତିଥିମାନେ ଆନୁଷ୍ଠାନିକ ଭାବେ ଫିତା କାଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଏହାପରେ ବିଦ୍ୟାଦାତା ଶ୍ରୀଗଣେଶଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ କରାଯାଇ ୫ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ପରେ ସଭାମଞ୍ଚକୁ ଅତିଥିମାନଙ୍କୁ ଆମନ୍ତ୍ରଣ କରାଯାଇ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ୱାଗତ କରାଯାଇଥିଲା। ମହାସଂଘର ସ୍ଥାୟୀ ସଭାପତି କରୁଣାକର ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ।
