ଓଡିଶା

ନାଟକ କରୁ କରୁ ଆରମ୍ଭ ହୋଇଗଲା ମହାଭାରତ ।

ରାମାୟଣ ନାଟକରେ ଅଭିନୟ କରୁଥିବା ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ମାରପିଟ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଙ୍କୋରଡ଼ା ଗ୍ରାମରେ ଠାକୁରାଣୀ ଯାତ୍ରା ଉପଲକ୍ଷେ କଉଡିଆ ଗ୍ରାମର ରାମାୟଣ ନାଟକ ଓ ନଳିହାଡ ଗ୍ରାମର ରାମାୟଣ ନାଟକ ମଧ୍ୟରେ ବାଦି ନାଟକ ଲାଗିଥିଲା। କଉଡିଆ ଗ୍ରାମର ଦଳର କିନ୍ନର ମାନଙ୍କୁ ହଠାତ୍ ଆସି ବିପରୀତ ଦଳର କିନର୍ ମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ନାଳିହାଡ ଗ୍ରାମରେ ଅଭିନୟ କରୁଥିବା ୨୦ ରୁ ଉର୍ଦ୍ଧ୍ୱ କିନ୍ନର ଆସି କଉଡିଆ ଗ୍ରାମର ରାମାୟଣ ନାଟକରେ ଅଭିନୟ କରୁଥିବା କିନ୍ନରମାନଙ୍କୁ ମରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଆହତ ହୋଇଥିବା କିନ୍ନରମାନେ ମେଡିକାଲରେ ଚିକିତ୍ସିତ ହୋଇ ଦିଗପହଣ୍ଡି ପୋଲିସ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ୍ ଓ ସ୍ଥାନୀୟ ତହସିଲଦାର ଯାଇ ଅଙ୍କୋରଡା ଗ୍ରାମରେ ଲାଗିଥିବା ବାଦି ନାଟ ବନ୍ଦ କରିବା ସହିତ ଯାତ୍ରା ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଭିଯୋଗ କରିଥିବା କିନ୍ନର ଗୋଷ୍ଠୀ ଥାନାରେ ହୋ ହାଲ୍ଲା କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

Related posts

ରୁଚିକାଙ୍କୁ ନ୍ୟାୟ ଦାବିରେ ନବ ନିର୍ମାଣ ସଂଗଠନର ଆନ୍ଦୋଳନ

mahabharatanews

ମୌସୁମୀ ପାଇଁ ରାଜ୍ୟରେ ଅନୁକୂଳ ପରିବେଶ ରହିଛି

mahabharatanews

ଉଦଳାରେ ସିଏଏ ବିରୋଧୀ ଶୋଭାଯାତ୍ରା

mahabharatanews