ଓଡିଶା

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି, ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ କାର୍ଯ୍ୟ ସୁରୁଖୁରୁରେ ଚାଲିବ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଚାଉଳର ମିଲିଂ ଖର୍ଚ୍ଚ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଚାଷୀମାନଙ୍କ ଠାରୁ ଧାନ ଯେପରି ସୁରୁଖୁରୁରେ ସଂଗ୍ରହ ହେବ ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।  ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ଉଷୁନା ଚାଉଳର (Parboiled Rice) ମିଲିଂ ଦର ବର୍ତ୍ତମାନ କ୍ୱିଣ୍ଟାଲ ପିଛା ୨୦ ଟଙ୍କା ଥିବା ବେଳେ ଏହାକୁ ୪୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଅରୁଆ ଚାଉଳର (Raw Rice) ମିଲିଂ ଦର କ୍ୱିଣ୍ଟାଲ ପିଛା ୧୦ ଟଙ୍କା ଥିବା ବେଳେ ଏହାକୁ ୨୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

Odisha CM Mohan Charan Majhi 1st Cabinet meeting | Odisha Diary, Latest  Odisha News, Breaking News Odisha

ଏହାଦ୍ୱାରା ମିଲର ମାନଙ୍କ ସମସ୍ୟା ଦୂର ହେବା ସହ ଚାଷୀ ମାନଙ୍କ ଠାରୁ ସୁରୁଖୁରରେ ଧାନ ସଂଗ୍ରହ ହୋଇପାରିବ ଏବଂ ରାଜ୍ୟର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ କିଛି ବର୍ଷ ମଧ୍ୟରେ ଶ୍ରମିକ ମଜୁରୀ, ପେଟ୍ରୋଲ ଓ ଅନ୍ୟାନ୍ୟ ମିଲିଂ ସାମଗ୍ରୀର ଦର ବୃଦ୍ଧି ହୋଇଥିବା ବେଳେ ଅନ୍ୟାନ୍ୟ ରାଜ୍ୟରେ ମିଲିଂ ଦର ଆମ ରାଜ୍ୟ ଠାରୁ ଯଥେଷ୍ଟ ଅଧିକ ରହିଛି ।

Related posts

୭୦% ସିଲାବସରେ ଚଳିତ ବର୍ଷ +୨ ପାଠ୍ୟକ୍ରମ ପ୍ରସ୍ତୁତ ହେବ

mahabharatanews

ହିନ୍ଦୋଳ ବଡଶାଳ ଠାରେ ମା ତାରିଣୀଙ୍କ ଝାମୁଯାତ୍ରା

mahabharatanews

ମାନସିକ ପୂରଣ ପାଇଁ ନିଆଁରେ ଚାଲିଲେ ମାନସିକଧାରୀ, ଭିଡ଼ିଓ ଭାଇରଲ !

mahabharatanews