ଓଡିଶାପ୍ରଯୁକ୍ତିଶିକ୍ଷା

ପିଏମ୍ ସୂର୍ଯ୍ୟ ଘର ଯୋଜନାକୁ ଆଗକୁ ବଢାଇବେ ଆଇଟିଆଇ ଛାତ୍ରଛାତ୍ରୀ ।

ପିଏମ୍ ସୂର୍ଯ୍ୟ ଘର ଯୋଜନାକୁ ଆଗକୁ ନେବେ ଆଇଟିଆଇ ଛାତ୍ରଛାତ୍ରୀ ସେଥିପାଇଁ ସୋଲାର ପ୍ୟାନେଲ ସ୍ଥାପନ ପାଇଁ ଶିକ୍ଷାର୍ଥୀଙ୍କୁ ଦିଆଯିବ ପ୍ରଶିକ୍ଷଣ, ତେବେ ଭେଣ୍ଡର ଭାବେ ପଞ୍ଜୀକରଣକୁ ସରକାରଙ୍କ ପ୍ରୋତ୍ସାହନ ଦେବେ ଏହାସହ  ରାଜ୍ୟରେ ‘ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା’ର ସଫଳ ରୂପାୟନ ଏବଂ ଘର ଛାତ ଉପରେ ସୌର ଶକ୍ତି ବ୍ୟବସ୍ଥା (ରୁଫଟପ୍ ସୋଲାର) ସ୍ଥାପନକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ସାମିଲ କରିବାକୁ ବଡ଼ ପଦକ୍ଷେପ ନେଇଛନ୍ତି।

पीएम सूर्य घर योजना में यूपी अव्वल, 10.94 लाख से ज्यादा आवेदन | डीडी न्यूज़

ସେହିପରି ସୋଲାର ପ୍ୟାନେଲ ସ୍ଥାପନ ଓ ରକ୍ଷଣାବେକ୍ଷଣ କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳ ସୃଷ୍ଟି ପାଇଁ ସମସ୍ତ ସରକାରୀ ଆଇଟିଆଇରେ ସଚେତନତା ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆଇଟିଆଇରେ ପଢ଼ୁଥିବା ତଥା ପାସ୍‌ଆଉଟ୍ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଯୋଜନା ସମ୍ପର୍କରେ ଅବଗତ କରାଯିବା ସହ ସେମାନଙ୍କୁ ସୋଲାର ଭେଣ୍ଡର ଭାବେ ପଞ୍ଜୀକୃତ ହେବାକୁ ଉତ୍ସାହିତ କରାଯିବ।

लोकराग- समाचार एवं साहित्य की एक विश्वसनीय वेब पत्रिका

ଏହାଦ୍ୱାରା ରାଜ୍ୟରେ ସୋଲାର ପ୍ୟାନେଲ ସ୍ଥାପନ ପାଇଁ ଆବଶ୍ୟକ ଦକ୍ଷ କର୍ମଚାରୀଙ୍କ ଅଭାବ ଦୂର ହେବା ସହ ଯୁବକଯୁବତୀଙ୍କ ପାଇଁ ନୂଆ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି ହେବ।କେନ୍ଦ୍ର ସରକାରଙ୍କ ଏହି ଫ୍ଲାଗସିପ୍ ଯୋଜନା ଅଧୀନରେ ଦେଶବ୍ୟାପୀ ଏକ କୋଟି ପରିବାରକୁ ସୌର ଶକ୍ତି ସହ ଯୋଡ଼ିବାର ଲକ୍ଷ୍ୟ ରହିଥିବା ବେଳେ ଓଡ଼ିଶା ପାଇଁ ତିନି ଲକ୍ଷ ପରିବାରରେ ରୁଫଟପ୍ ସୋଲାର ସ୍ଥାପନର ଟାର୍ଗେଟ୍ ଧାର୍ଯ୍ୟ କରାଯାଇଛି।

Related posts

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି ଆରମ୍ଭ।

mahabharatanews

ଆସନ୍ତା ୩ତାରିଖ ପର୍ଯ୍ୟନ୍ତ ହିଟ ୱେଭ, ଅଂଶୁଘାତରେ ୫ ମୃତ୍ୟ

mahabharatanews

ଏହି ସ୍ଥାନରୁ ମିଳିଲା ନିଖୋଜ ପର୍ଯ୍ୟଟକଙ୍କ ଶରୀର

mahabharatanews