ଓଡିଶାଦୁର୍ଘଟଣା

ବେଦାନ୍ତ ପାଉଁଶ ବୋଝଇ ହାଇୱା  ଧକ୍କାରେ ବାଇକ ଆରୋହୀ ମୃତ…

ଲାଞ୍ଜିଗଡ (ସୁଶାନ୍ତ ମାଝୀ) ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଛକ ନିକଟରେ ବେଦାନ୍ତ ପାଉଁଶ ବୋଝଇ ହାଇୱା  ଧକ୍କାରେ ବାଇକ ଆରୋହୀ ମୃତ । ମୃତ ଜଣକ ହେଲେ ନର୍ଲା ଥାନା ଅନ୍ତର୍ଗତ ପାଣିମୁଣ୍ଡା ଗାଁର ଶମ୍ଭୁ ଗୌଡ଼ (୨୫) ବୋଲି ଜଣା ପଡିଛି । ସୂଚନାନୁସାରେ ବେଦାନ୍ତ ପାଉଁଶ ବୋଝେଇ ହାଇୱା ଗାଡି ଛତ୍ରପୁର ଛକ ନିକଟରୁ ପାଉଁଶ ବୋଝେଇ କରି ରାତ୍ର ସାଢେ ୮ ଘଣ୍ଟା ସମୟରେ ବିଶ୍ୱନାଥପୁର ଅଭିମୁଖେ ଯାଉଥିବା ବେଳେ ଶମ୍ଭୁ ଗୌଡ଼ ମଧ୍ୟ ଲାଞ୍ଜିଗଡ ଠାରୁ ବିଶ୍ୱନାଥପୁର ଆଡକୁ ଯାଉଥିଲେ ।

ହରେକୃଷ୍ଣପୁର ଛକ ନିକଟରେ  ପାଉଁଶ ବୋଝେଇ ହାଇୱା ଗାଡିକୁ ବାଇକ ଆରୋହୀ ଅତିକ୍ରମ କରୁଥିବା ସମୟରେ ହାଇୱା ସହିତ ଧକ୍କା ହୋଇ ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ । ଗୁରୁତର ଅବସ୍ଥାରେ  ସ୍ଥାନୀୟ ଲୋକେ ଉଦ୍ଧାର କରି ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ। ଗୁରୁତର ଶମ୍ବୁ ଗୌଡ଼ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ଅଧ ବାଟରେ ମୃତ୍ୟୁ ଘଟିଥିବା ବେଳେ ମୃତ ଶରୀରକୁ ପରିବାର ଲୋକେ ଆଜି ଭୋର ସକାଳୁ  ବେଦାନ୍ତ ମୁଖ୍ୟ ଗେଟ ସମ୍ମୁଖରେ ରଖି କ୍ଷତିପୂରଣ ପାଇଁ ଧାରଣା ଦେଇଥିଲେ ।

ଖବରପାଇ ବେଦାନ୍ତ କର୍ତ୍ତୃପକ୍ଷ ଓ ଲାଞ୍ଜିଗଡ ଥାନାଧିକାରୀ ଯଶବନ୍ତ ହିଆଲଙ୍କ ନେତୃତ୍ୱରେ ଏସ ଆଇ ଡୋଳାମଣି ବିଶି ପୋଲିସ ବଳ ସହିତ ଘଟଣା ସ୍ଥଳକୁ ଯାଇ ପରିବାର ଲୋକଙ୍କୁ ବୁଝାସୁଝାକରି କ୍ଷତିପୂରଣ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ପ୍ରତିଶୃତିର ୪ଘଣ୍ଟା ପରେ  ସ୍ଥିତି ସ୍ୱାଭାବିକ ହୋଇଥିବା ବେଳେ ଶବ ବ୍ୟବଛେଦ ପରେ  ପରିବାର କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

Related posts

ଓଢ଼ଣୀ ଲଗାଇ ସଜନା ଗଛରେ ଝୁଲିପଡିଲେ ଯବାନ

mahabharatanews

ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ ସଚେତନତା ରଥ

mahabharatanews

ମାଛ ଧରିବା ହେଲା କାଳ: ୨ ମତ୍ସ୍ୟଜୀବୀ ମୃତ

mahabharatanews