ଓଡିଶାଦୁର୍ଘଟଣା

ପୁଣି ଭାରତମାଳାରେ ଭୟଙ୍କର ଦୁର୍ଘଟଣା ; ଦୁଇ ପିକଅପ୍ ଧକ୍କା, ୫ ଗୁରୁତର

ପୁଣି ଭାରତମାଳା ରାସ୍ତାରେ ବଡ଼ ଦୁର୍ଘଟଣା। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି-ଡାବୁଗାଁ ଭାରତମାଳା ରାସ୍ତାରେ ଦୁଇଟି ପିକଅପ୍ ଗାଡ଼ି ମଧ୍ୟରେ ଧକ୍କା ହୋଇ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଆଜି ରାତି ପ୍ରାୟ ୮ଟା ସମୟରେ ଭାରତମାଳା ପ୍ରକଳ୍ପରେ ନିୟୋଜିତ ଏକ ବୋଲେରୋ ପିକଅପ୍ କାମ ସାରି ପାପଡ଼ାହାଣ୍ଡି ଫେରୁଥିବା ବେଳେ କୌଣସି କାରଣରୁ ରାସ୍ତା ମଝିରେ ଅଟକି ରହିଥିଲା। ଏହି ସମୟରେ ଡାବୁଗାଁ ପଟରୁ ପାପଡ଼ାହାଣ୍ଡି ଅଭିମୁଖେ ଆସୁଥିବା ଆଉ ଏକ ବୋଲେରୋ କ୍ୟାମ୍ପର ଅଟକିଥିବା ଗାଡ଼ିକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣା ଘଟି ୫ ଜଣ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଏନଏଚଏଆଇ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତ କିଛି ମାସ ଧରି ଭାରତମାଳା ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଜୀବନ ଯାଇଥିବାରୁ ଏହି ରାସ୍ତାକୁ ବନ୍ଦ କରାଯାଇଥିଲା। ତଥାପି ପୁଣି ଥରେ ଏହି ରାସ୍ତାରେ ଦୁର୍ଘଟଣା ଘଟିବା ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢ଼ାଇଛି।

Related posts

ପୁଲୱାମା ଆକ୍ରମଣର ପ୍ରଥମ ଶ୍ରାଦ୍ଧବାର୍ଷିକରେ କ୍ୟାଣ୍ଡଲ ଶୋଭାଯାତ୍ରା

mahabharatanews

ଭାରତ ବନ୍ଦର ପ୍ରଭାବ ବ୍ରହ୍ମପୁରରେ ଟ୍ରେନ ଅଟକାଇ ସଂଗଠନଗୁଡିକର ବିକ୍ଷୋଭ

mahabharatanews

ସମ୍ବଲପୁରରେ ବିଜେଡି ସୁପ୍ରିମୋଙ୍କ ଜୋରଦାର ପ୍ରଚାରକୁ

mahabharatanews