ଦେଶ ବିଦେଶ

ପଶ୍ଚିମବଙ୍ଗରେ CBIର ବଡ଼ଧରଣର ଚଢ଼ାଉ, ₹191 କୋଟିର PNB ବ୍ୟାଙ୍କ ଠକେଇ ମାମଲାରେ 8ଟି ସ୍ଥାନରେ ଚଢ଼ାଉ

ପଶ୍ଚିମବଙ୍ଗରେ ବ୍ୟାଙ୍କ ଠକେଇ ମାମଲାକୁ ନେଇ ସିବିଆଇର ବଡ଼ ଆକ୍ସନ୍। ବୁଧବାର କୋଲକାତାର ୮ଟି ସ୍ଥାନରେ ଚଢ଼ାଉ କରି ତିନୋଟି ପୃଥକ ବ୍ୟାଙ୍କ ଠକେଇ ମାମଲାର ତଦନ୍ତ ଜୋରଦାର କରିଛି ସିବିଆଇ। ତାନ୍ତିଆ କନଷ୍ଟ୍ରକ୍ସନ ଲିମିଟେଡ୍, ବ୍ରହ୍ମା ଆଲୟଜ୍ ଲିମିଟେଡ୍ ଓ ଅମୃତ ଫିଡ୍ସ ଲିମିଟେଡ୍ ସହ ଜଡିତ ଅଧିକାରୀ ଏବଂ ନିର୍ଦ୍ଦେଶକଙ୍କ ଘରେ ତଲାସ କରାଯାଇ ଗୁରୁତ୍ୱପୂର୍ଣ୍ଣ ଦଲିଲ ଓ ଅପରାଧମୂଳକ କାଗଜପତ୍ର ଜବତ କରାଯାଇଛି।

Why a Revamping of the CBI Is Necessary - The Wire

ଅଭିଯୋଗ ଅନୁଯାୟୀ, ଏହି କମ୍ପାନୀଗୁଡ଼ିକ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ନିଆଯାଇଥିବା ନଗଦ କ୍ରେଡିଟ୍ ଓ ଟର୍ମ ଲୋନ୍ ପାଣ୍ଠିକୁ ନିର୍ଦ୍ଧାରିତ ଉଦ୍ଦେଶ୍ୟ ବଦଳରେ ଅନ୍ୟ କମ୍ପାନୀ ଓ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରିଥିଲେ। ତଦନ୍ତରେ ପାଣ୍ଠି ଅନ୍ୟତ୍ର ସ୍ଥାନାନ୍ତର, ଆକାଉଣ୍ଟରେ ହେରଫେର ଏବଂ ଋଣଦାତାଙ୍କ ଅନୁମତି ବିନା ସମ୍ପତ୍ତି ବିକ୍ରି ଭଳି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି।

The CBI's on a slippery slope today | Hindustan Times

ତାନ୍ତିଆ କନଷ୍ଟ୍ରକ୍ସନ ମାମଲାରେ ପ୍ରାୟ ୭୩ କୋଟି, ବ୍ରହ୍ମା ଆଲୟଜ୍ ମାମଲାରେ ୫୮ କୋଟି ଏବଂ ଅମୃତ ଫିଡ୍ସ ମାମଲାରେ ପ୍ରାୟ ୬୦ କୋଟି ଟଙ୍କାର କ୍ଷତି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ହୋଇଥିବା ଅଭିଯୋଗ ରହିଛି। ଅର୍ଥାତ୍ ତିନୋଟି ମାମଲାରେ ମୋଟ କ୍ଷତି ପ୍ରାୟ ୧୯୧ କୋଟି ଟଙ୍କା। ସିବିଆଇ ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରଖିଛି।

 

Related posts

ନୂଆବର୍ଷରୁ ପ୍ରତ୍ୟେକ ଟୋଲ୍ ପ୍ଲାଜାରେ ଲାଗିବ ହାଇ- ସ୍ପିଡ୍ କ୍ୟାମେରା

mahabharatanews

ପିଟି ଉଷାଙ୍କ ସ୍ୱାମୀ ଶ୍ରୀନିବାସଙ୍କ ଦେହାନ୍ତ…

mahabharatanews

ହସିନା ଯେତେଦିନ ଚାହିଁବେ ଭାରତରେ ରହିପାରିବେ : ଜୟଶଙ୍କର

mahabharatanews