ଓଡିଶା

ରାୟଗଡ଼ା ଘଟଣାକୁ ନେଇ ଜାତୀୟ ମହିଳା ଆୟୋଗ ସ୍ୱତଃପ୍ରବୃତ୍ତ ଭାବେ ମାମଲା ରୁଜୁ କରିଛି

ରାୟଗଡ଼ା ଜିଲ୍ଲାରେ ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ସଂଘବଦ୍ଧ ଆକ୍ରମଣ, ଅସଦାଚଣ ଏବଂ ସର୍ବସମ୍ମୁଖରେ ବସ୍ତ୍ରହରଣ ଉଦ୍ୟମ ଘଟଣାକୁ ନେଇ ଜାତୀୟ ମହିଳା ଆୟୋଗ ସ୍ୱତଃପ୍ରବୃତ୍ତ ଭାବେ ମାମଲା ରୁଜୁ କରିଛି । ଗଣମାଧ୍ୟମରେ ପ୍ରକାଶିତ ଖବର ଆଧାରରେ ଆୟୋଗ ଘଟଣାକୁ ଗୁରୁତର ମାନବାଧିକାର ଉଲ୍ଲଂଘନ ଓ ନାରୀ ସୁରକ୍ଷା ସହ ଜଡିତ ଏକ ସମ୍ବେଦନଶୀଳ ପ୍ରସଙ୍ଗ ଭାବେ ବିବେଚନା କରିଛନ୍ତି। ଗତ ଜୁନ୍ ୧୬ ତାରିଖରେ କଳ୍ୟାଣସିଂହପୁର ଅଞ୍ଚଳରେ ‘ଶିଶୁ ଅପହରଣକାରୀ’ ସମ୍ପର୍କିତ ଭିତ୍ତିହୀନ ଗୁଜବକୁ କେନ୍ଦ୍ର କରି ଉତ୍ତ୍ୟକ୍ତ ଜନତା ଜଣେ ଯୁବତି ଏବଂ ତାଙ୍କ ସହଯୋଗୀଙ୍କୁ ଘେରାଉ କରିଥିଲେ । ପରେ ସେମାନଙ୍କୁ ନିର୍ମମ ଭାବେ ମାଡ଼ ମରାଯିବା ସହ ଯୁବତୀଙ୍କ ପ୍ରତି ଅସଦାଚରଣ ଓ ବସ୍ତ୍ରହରଣ ଉଦ୍ୟମ କରାଯାଇଥିବା ଅଭିଯୋଗ ରହିଛି । ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଦେଶବ୍ୟାପୀ କ୍ଷୋଭ ପ୍ରକାଶ ପାଇଥିଲା । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଜାତୀୟ ମହିଳା ଆୟୋଗ ଓଡ଼ିଶା ପୁଲିସ ଏବଂ ସମ୍ପୃକ୍ତ ପ୍ରଶାସନିକ କର୍ତ୍ତୃପକ୍ଷଙ୍କଠାରୁ ବିସ୍ତୃତ ରିପୋର୍ଟ ମାଗିଛି । ଦୋଷୀମାନଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ଗ୍ରହଣ ସହ ପୀଡ଼ିତାଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଓ ସହାୟତା ଯୋଗାଇବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।

Related posts

ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିଲା ବିମାନ

mahabharatanews

୭୫୪୦ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ରାଜ୍ୟର ସମସ୍ତ ୪୮୪୮ଟି ସରକାରୀ ହାଇସ୍କୁଲର ସବୁ ପଦବୀ ପୂରଣ ହେବ

mahabharatanews

ଦ୍ୱାଦଶ ଦିନରେ ପ୍ରଭୁ ଶ୍ରୀଅଲାରନାଥଙ୍କ ଦର୍ଶନ

mahabharatanews