ଓଡିଶା

ଗୋସାଣୀ ବ୍ଲକରେ ସରକାରଙ୍କ ଦୁଇ ବର୍ଷର ସଫଳତାର ଝଲକ

ଗଜପତି ଜିଲ୍ଲାର ଗୋସାଣୀ ବ୍ଲକ ପରିସରରେ “ବିକାଶର ଧାରା, ଓଡ଼ିଶା ସାରା” କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ସଫଳ ରୂପାୟନ ଓ ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଛି।

ଜିଲ୍ଲାପାଳଙ୍କ ଉପସ୍ଥିତିରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ପେନସନ, ରାସନ କାର୍ଡ, ଆୟୁଷ୍ମାନ କାର୍ଡ ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ମୋବାଇଲ ଫୋନ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ, ପିଡି, ବିଡିଓ ଏବଂ ବ୍ଲକର ବିଭିନ୍ନ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ।

ସରକାରଙ୍କ ଯୋଜନା କିପରି ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ଏବଂ ଗତ ଦୁଇ ବର୍ଷରେ ବିକାଶମୂଳକ କାର୍ଯ୍ୟ କିପରି ସଫଳ ଭାବେ କାର୍ଯ୍ୟକରୀ ହୋଇଛି, ସେନେଇ ଉପସ୍ଥିତ ଲୋକଙ୍କୁ ସଚେତନ କରାଯାଇଥିଲା। ବହୁ ସଂଖ୍ୟକ ହିତାଧିକାରୀ ଓ ସାଧାରଣ ଜନତା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Related posts

ବ୍ଲକ ସମ୍ମୁଖରେ ଧାରଣା ବସିଲେ ଶ୍ରମିକ

mahabharatanews

ଶାଳୀନତା ପୋଷାକ ପ୍ରସଙ୍ଗ; ଶ୍ରୀମନ୍ଦିରରେ ନିୟମ କଡ଼ାକଡ଼ି

mahabharatanews

ସୁନ୍ଦରଗଡ଼ କୁରେଇବଗା ଗାଁରେ ହାତୀ ଆତଙ୍କ

mahabharatanews