ଅପରାଧଓଡିଶାଦୁର୍ଘଟଣା

ଜୁଆ ଆଡ୍ଡାରେ ପୋଲିସ ରେଡ୍, ଜଣଙ୍କର ମୃତ୍ୟୁ

ଅନୁଗୁଳ ଜିଲ୍ଲାରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା। ବେଆଇନ ଭାବେ ଚାଲିଥିବା ଏକ ବଡ଼ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିବା ବେଳେ ଘଟିଛି ଅଭାବନୀୟ ଅଘଟଣ। ପୋଲିସ କବଳରୁ ଖସି ପଳାଇବା ପାଇଁ ଜଣେ ଜୁଆଡ଼ି ନଦୀକୁ ଡେଇଁ ପଡ଼ିଥିଲେ। ହେଲେ ସେହି ପଳାୟନ ହିଁ ତାଙ୍କ ଜୀବନର ଶେଷ ମୁହୂର୍ତ୍ତ ପାଲଟିଗଲା। ନଦୀ ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ଥାନା କଦଳିପାଳ ଅଞ୍ଚଳରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଚାଲିଥିଲା। ଖବର ପାଇ ଅନୁଗୁଳ ସ୍ପେଶାଲ ସ୍କ୍ୱାଡ୍ ହଠାତ୍ ସେଠାରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଜୁଆଡ଼ିମାନଙ୍କ ମଧ୍ୟରେ ଖେଳିଯାଇଥିଲା ଆତଙ୍କ। ଯିଏ ଯେଉଁ ଦିଗରେ ପାରିଲା ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା। ଏହି ସମୟରେ ଜଣେ ବ୍ୟକ୍ତି ନିଜକୁ ବଞ୍ଚାଇବା ପାଇଁ ନଦୀକୁ ଡେଇଁ ପଡ଼ିଥିଲେ। ମାତ୍ର ଦୁର୍ଭାଗ୍ୟବଶତଃ ସେ ପାଣିରେ ବୁଡ଼ି ଯାଇଥିଲେ ଏବଂ ପରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକ ଜଣକ ଖମାର ଅଞ୍ଚଳର ରାଜେଶ ବେହେରା ବୋଲି ଜଣାପଡ଼ିଛି। ଅନ୍ୟପଟେ ପୋଲିସ ୧୩ ଜଣଙ୍କୁ ଅଟକ ରଖିବା ସହ ନଗଦ ୩୫ ହଜାର ଟଙ୍କା, ୮ଟି ବାଇକ୍, ୨ଟି ଟେମ୍ପୁ, ୨ଟି କାର ଓ ଗୋଟିଏ ବୋଲେରୋ ଜବତ କରିଛି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Related posts

ବିଶ୍ଵ ତାରିଣୀ ମହିଳା ମହାବିଦ୍ୟାଳୟ ରେ ରକ୍ତଦାନ ଶିବିର

mahabharatanews

ଦେଶର ଦ୍ୱିତୀୟ ପିଏଡିସି ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

mahabharatanews

ବୈତରଣୀ ମିଶନ ଶକ୍ତି ତରଫରୁ ରିଲିଫ ପାଣ୍ଠିକୁ ଦାନ

mahabharatanews