ଓଡିଶା

ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ବିଜେଡି ନେତ୍ରୀ ସୁଜାତା ରାଉତ

ବିଜେଡି ନେତ୍ରୀ ସୁଜାତା ରାଉତ ଗତକାଲି ପୁରୀ ଗସ୍ତରେ ଆସି ଶ୍ରୀଜଗନ୍ନାଥ ମନ୍ଦିରରେ ରତ୍ନସିଂହାସନସ୍ଥ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଦର୍ଶନ ପରେ ସେ କହିଥିଲେ, ମହାପ୍ରଭୁଙ୍କ ଇଚ୍ଛା ବିନା ପତ୍ରଟିଏ ମଧ୍ୟ ହଲେ ନାହିଁ। ଓଡ଼ିଶାର ବିକାଶ ଓ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ସମସ୍ତେ ମହାପ୍ରଭୁଙ୍କ ପାଖରେ ସମର୍ପିତ ବୋଲି ସେ କହିଥିଲେ।

ସେ ଆହୁରୀ ମଧ୍ୟ କହିଥିଲେ, ମହାପ୍ରଭୁଙ୍କ ଅପାର କୃପାରୁ ତାଙ୍କର ସୁନ୍ଦର ଭାବେ ଦର୍ଶନ ହୋଇଛି। ଶ୍ରୀଜଗନ୍ନାଥଙ୍କ ପବିତ୍ର କ୍ଷେତ୍ରରେ କେବଳ ଭକ୍ତି, ଭାବ ଓ ସମର୍ପଣର ସ୍ଥାନ ରହିଛି, ଏଠାରେ ରାଜନୀତିକ ଚର୍ଚ୍ଚାର କୌଣସି ସ୍ଥାନ ନାହିଁ ବୋଲି ସେ ମତ ପ୍ରକାଶ କରିଥିଲେ।

ଏହି ଅବସରରେ ବିଜେଡିର ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ରାଜ୍ୟ ଉପସଭାପତି ସଞ୍ଜୟ ଦାସ ବର୍ମା, ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ ଏବଂ ସତ୍ୟବାଦୀର ପୂର୍ବତନ ବିଧାୟକ ତଥା ଜିଲ୍ଲା ସଭାପତି ଉମାକାନ୍ତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ବଡଦାଣ୍ଡକୁ ସାନିଟାଇଜ କଲା ଅଗ୍ନିଶମ ବିଭାଗ

mahabharatanews

ଫସିଥିବା ୭ ମତ୍ସ୍ୟଜୀବୀ ସୁରକ୍ଷିତ ଉଦ୍ଧାର

mahabharatanews

ରାଜ୍ୟରେ କରୋନା ସଂକ୍ରମଣ କମିଛି ; ୧୫ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews