bharatଖେଳଦେଶ ବିଦେଶ

୩୬ ବର୍ଷର ରେକର୍ଡ ଭାଙ୍ଗିଲେ ବୈଭବ ।

ସିଚିନ୍‌ଙ୍କ ରେକର୍ଡ ଭାଙ୍ଗିଲେ ବୈଭବ । ଦୀର୍ଘ ୩୬ ବର୍ଷ ପରେ କ୍ରିକେଟ୍ ଇତିହାସରେ ଯୋଡା ହେଲା ନୂଆ ଫର୍ଦ୍ଦ । ଆଇପିଏଲ୍ ପରେ ଲଗାତାର ଭାବେ ଭାରତର ସବୁଠାରୁ କନିଷ୍ଠି କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଏବେ ଗୋଟେ ପରେ ଗୋଟେ ମାଇଲ ଖୁଣ୍ଟି ପୋତି ଚାଲିଛନ୍ତି । ସବୁଠାରୁ ବଡ କଥା ହେଉଛି ନିକଟରେ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରି ଭାରତ ପାଇଁ ମ୍ୟାଚ୍ ଖେଳିବାର ସୁଯୋଗ ପାଇଛନ୍ତି । ଶନିବାର ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ତାଙ୍କୁ ଭାରତ ପାଇଁ ଖେଳିବାର ସୁଯୋଗ ମିଳିଛି।

Why BCCI allowed Vaibhav Sooryavanshi's parents to travel with him for  India tours? - India Today

ତେବେ ମ୍ୟାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ ଗ୍ରାଉଣ୍ଡରେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ବୈଭବଙ୍କୁ ଭାରତୀୟ ଦଳର ଡେବ୍ୟୁ କ୍ୟାପ୍ ପ୍ରଦାନ କରାଯାଇଥିଲା। ଏହାସହ ସେ ଭାରତ ପାଇଁ ଆନ୍ତର୍ଜାତୀୟ ଟି-୨୦ ଖେଳିବାରେ ୧୨୨ତମ ଖେଳାଳି ବନିଛନ୍ତି।ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତ ପାଇଁ ସବୁଠାରୁ କମ୍ ବୟସରେ ଆନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରିଥିବା ଖେଳାଳି ହୋଇପାରିଛନ୍ତି। ଇଂଲଣ୍ଡ ବିପକ୍ଷ ଏହି ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଓହ୍ଲାଇବା ସମୟରେ ତାଙ୍କୁ ମାତ୍ର ୧୫ ବର୍ଷ ହୋଇଛି । ଏହି ସଫଳତା ସହ ବୈଭବ କ୍ରିକେଟର ଭଗବାନ କୁହାଯାଉଥିବା ମହାନ ବ୍ୟାଟର ସଚିନ ତେନ୍ଦୁଲକରଙ୍କର ପ୍ରାୟ ୩୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗି ଦେଇଛନ୍ତି।

Vaibhav Suryavanshi breaks world record at the U19 World Cup despite  scoring just 2 runs vs USA Find out more : https://tinyurl.com/yc8n48d8

ସଚିନ ତେନ୍ଦୁଲକର ନଭେମ୍ବର ୧୯୮୯ରେ ପାକିସ୍ତାନ ବିପକ୍ଷ କରାଚି ଟେଷ୍ଟରେ ୧୬ ବର୍ଷ ୨୦୫ ଦିନ ବୟସରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ଏବେ ବୈଭବ ସଚିନଙ୍କୁ ପଛରେ ପକାଇ ଭାରତର ସବୁଠାରୁ କମ୍ ବୟସର ପୁରୁଷ ଆନ୍ତର୍ଜାତୀୟ କ୍ରିକେଟର ହୋଇଛନ୍ତି।

Related posts

୫-୦ରେ ସିରିଜ ମୂଳପୋଛ କଲେ ଭାରତୀୟ ମହିଳା କ୍ରିକେଟ ଟିମ୍

mahabharatanews

କଂଗ୍ରେସରେ ମିଶିବ କି ଶରଦ ପାୱାରଙ୍କ ଦଳ? ମୁହଁ ଖୋଲିଲେ ନାନା ପାଟୋଲେ

mahabharatanews

ଧମକାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

mahabharatanews