୨୦୨୬ ମସିହାର ପ୍ରଥମ ଛଅ ମାସରେ କାନାଡା ୩,୩୨୩ ଜଣ ଭାରତୀୟ ନାଗରିକଙ୍କୁ ନିର୍ବାସିତ କରିଛି। ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ। ୨୦୨୬ ମସିହାର ପ୍ରଥମାର୍ଦ୍ଧରେ କାନାଡାରୁ ନିର୍ବାସିତ ହୋଇଥିବା ଲୋକଙ୍କ ମଧ୍ୟରେ ଭାରତୀୟମାନେ ସର୍ବାଧିକ ଥିଲେ। ସେମାନେ ୧୫୭୩ ଜଣ ନିର୍ବାସିତ ହୋଇ ମେକ୍ସିକାନଙ୍କୁ ପଛରେ ପକାଇ ଦେଇଥିଲେ। ଗତ ପାଞ୍ଚ ବର୍ଷ ମଧ୍ୟରେ କାନାଡାରୁ ବହିଷ୍କୃତ ଜାତୀୟତା ତାଲିକାରେ ମେକ୍ସିକୋ ଶୀର୍ଷରେ ରହିଛି। ଭାରତ ଦ୍ୱିତୀୟ ସ୍ଥାନରେ ରହିଛି।

CBSA ତଥ୍ୟ ଅନୁଯାୟୀ, 2021 ମସିହାରେ କାନାଡାରୁ 603 ଜଣ ଭାରତୀୟଙ୍କୁ ନିର୍ବାସିତ କରାଯାଇଥିଲା। 2022 ମସିହାରେ ଏହି ସଂଖ୍ୟା 786, 2023 ମସିହାରେ 1,132 ଏବଂ 2024 ମସିହାରେ 2,004 ରେ ପହଞ୍ଚିଥିଲା। କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, କାନାଡା ଏହାର ଆପ୍ରବାସନ ନିୟମକୁ କଡ଼ାକଡ଼ି କରିଥିବା ବେଳେ ଭାରତୀୟ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଏହା ପ୍ରତି ଆକର୍ଷଣ ହ୍ରାସ ପାଉଛି। ଗତବର୍ଷ କାନାଡା ୩,୭୭୯ଜଣ ଭାରତୀୟଙ୍କୁ ବିଦା କରିଥିଲା ବେଳେ ଗତ ଜାନୁଆରୀରୁ ଜୁନ୍ ମଧ୍ୟରେ ଏହାର ପାଖାପାଖି ୮୮ ପ୍ରତିଶତଙ୍କୁ ବହିଷ୍କାର କରିଛି। ଏହି ଧାରା ଜାରି ରହିଲେ ଚଳିତ ବର୍ଷ କାନାଡାରୁ ଗତ ୬ ବର୍ଷ ମଧ୍ୟରେ ସର୍ବାଧିକ ଭାରତୀୟ ବିତାଡ଼ିତ ହେବେ।
