ଦେଶ ବିଦେଶ

୨୦୪୭ ସୁଦ୍ଧା ବିକଶିତ ଭାରତର ସଂକଳ୍ପ: ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

୮୦ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜର ଭାଷଣରେ ସେ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସଂକଳ୍ପ ଉପରେ ଗୁରୁତ୍ୱ ଦେଇଛନ୍ତି। ବଡ଼ ସ୍ୱପ୍ନ ଦେଖିବା ସହ ବଡ଼ ସଂକଳ୍ପ ନେଇ ଦେଶକୁ ଆଗକୁ ନେବାକୁ ସେ ଆହ୍ୱାନ ଦେଇଛନ୍ତି।

69th Independence Day: PM Narendra Modi must address these 5 issues from Red Fort | IndiaTV News - India TV News

ଭାଷଣ ଆରମ୍ଭରେ ପ୍ରଧାନମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିଥିଲେ। ସେ କହିଥିଲେ, ସ୍ୱାଧୀନତା ସଂଗ୍ରାମୀଙ୍କ ସାହସ ଓ ଦେଶ ପାଇଁ ତାଙ୍କର ଅବଦାନ ଆଜି ବି ଦେଶକୁ ପ୍ରେରଣା ଦେଉଛି। ପ୍ରଧାନମନ୍ତ୍ରୀ ଭାରତର ଅର୍ଥନୈତିକ ପ୍ରଗତିକୁ ମଧ୍ୟ ନିଜ ଭାଷଣରେ ଉଲ୍ଲେଖ କରିଥିଲେ। ଗତ କିଛି ବର୍ଷରେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ବଢ଼ିଛି ଏବଂ ଦେଶ ଏବେ ବିଶ୍ୱର ଦ୍ରୁତତମ ବୃହତ୍ ଅର୍ଥନୀତିଗୁଡ଼ିକ ମଧ୍ୟରେ ରହିଛି ବୋଲି ସେ ଦାବି କରିଥିଲେ।

PM Narendra Modi To Address Nation From Red Fort On 74th Independence Day

‘ବିକଶିତ ଭାରତ’ ଲକ୍ଷ୍ୟ ହାସଲ ପାଇଁ ଆତ୍ମନିର୍ଭରତାକୁ ଗୁରୁତ୍ୱ ଦେଇଥିଲେ ମୋଦି। ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦ, ଶକ୍ତି ଓ ସେମିକଣ୍ଡକ୍ଟର ଭଳି କ୍ଷେତ୍ରରେ ଦେଶର କ୍ଷମତା ବଢ଼ାଇବା ଉପରେ ମଧ୍ୟ ସେ ଜୋର ଦେଇଛନ୍ତି। (ଦେଶର ଯୁବପିଢ଼ିଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ନିଜ ଭାଷଣରେ ବିଶେଷ ଗୁରୁତ୍ୱ ଦେଇଥିଲେ। ବଡ଼ ସ୍ୱପ୍ନ ଓ ଦୃଢ଼ ସଂକଳ୍ପ ହିଁ ଦେଶର କ୍ଷମତାକୁ ଆହୁରି ବଢ଼ାଇପାରିବ ବୋଲି ସେ କହିଥିଲେ।

PM Modi to address nation on Independence Day for 9th time straight - India Today

ଏହା ସହ ଦେଶର କିଛି ଅଞ୍ଚଳରେ ସମ୍ପ୍ରତି ଘଟିଥିବା ବନ୍ୟା ଓ ଭୂସ୍ଖଳନରେ ପ୍ରଭାବିତ ପରିବାରଗୁଡ଼ିକ ପ୍ରତି ସମବେଦନା ପ୍ରକାଶ କରିବା ସହ ସରକାର ସେମାନଙ୍କ ସହ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ୨୦୪୭ରେ ଭାରତ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ। ଏହି ଐତିହାସିକ ସମୟ ପୂର୍ବରୁ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟକୁ ନେଇ ଆଜି ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସମ୍ମୁଖରେ ନିଜର ଭିଜନ୍ ରଖିଛନ୍ତି।

Related posts

ଭାରତୀୟ ମାଟିରେ ଟେଷ୍ଟ ସିରିଜ୍ ବିଜୟ ହୋଇ ୨୫ ବର୍ଷର ଅପେକ୍ଷାର ଅନ୍ତ କରିବୁ

mahabharatanews

ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ ଚମକପୂର୍ଣ୍ଣ ଫଳାଫଳ, ମହାୟୁତିକୁ ଝଟକା

mahabharatanews

ପ୍ରଧାନମନ୍ତ୍ରୀ ମୋଦୀ “ବନ୍ଦେ ମାତରମକୁ” ଜାତୀୟ ଜାଗରଣ ମନ୍ତ୍ର ବୋଲି କହିଲେ, ବଙ୍ଗଳାର ବିରୋଧୀଙ୍କୁ କଡ଼ା ସମାଲୋଚନା କଲେ

mahabharatanews