ଓଡିଶା

କାଦୁଅ ରାସ୍ତାରେ ଗାଁକୁ ପଶି ପାରିଲାନି ଆମ୍ବୁଲାନ୍ସ

କାଦୁଅ ପଚ୍‌ପଚ୍‌ ରାସ୍ତା ଯୋଗୁଁ ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଶେଷରେ ପ୍ରାୟ ଏକ କିଲୋମିଟର ରାସ୍ତା ଷ୍ଟ୍ରେଚରରେ ବୁହାହୋଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଲେ ଜଣେ ଗର୍ଭବତୀ ମହିଳା । ଏଭଳି ଏକ ଦୁର୍ଦ୍ଦଶାର ଚିତ୍ର ସାମ୍ନାକୁ ଆସିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଲୁଲଙ୍ଗ ପଞ୍ଚାୟତ ଅନ୍ତର୍ଗତ ବଡଝରଣ ଗାଁରୁ । ବଡଝରଣ -ମୁଣ୍ଡା ସାହିର ଟୁନା ମୁଣ୍ଡାଙ୍କ ସ୍ତ୍ରୀ ସଙ୍ଗୀତା କାନ୍ଦୁଲନା ଗର୍ଭବତୀ ଥିଲେ । ଆଜି ଅପରାହ୍ନ ୨ଟା ସମୟରେ ପ୍ରସଵ ପାଇଁ ଗର୍ଭଯନ୍ତ୍ରଣା ହେବାରୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସ ଡକାଯାଇଥିଲା । ହେଲେ କାଦୁଅ ପଚ୍‌ପଚ୍‌ ରାସ୍ତା ହୋଇଥିବାରୁ ଆମ୍ବୁଲାନ୍ସଟି ଗାଁ ଭିତରକୁ ଯାଇନପାରି ଗାଁ ମୁଣ୍ଡରେ ଠିଆ ହୋଇଥିଲା ।

ଫଳରେ ଆମ୍ବୁଲାନ୍ସ କର୍ମଚାରୀ ଓ ପରିବାର ଲୋକେ ମିଶି ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚରରେ ପ୍ରାୟ ଏକ କିଲୋମିଟର ଦୂର ବୁହିଁ ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ‌। ଗାଁକୁ ଭଲ ରାସ୍ତା ନଥିବାରୁ ବର୍ଷାଦିନେ ଏଭଳି ସମସ୍ୟା ବାରମ୍ବାର ଦେଖାଦେଉଥିବା ଅଭିଯୋଗ ହୋଇଛି । ଜରୁରୀ ସମୟରେ ଆମ୍ବୁଲାନ୍ସ ମଧ୍ୟ ଗାଁକୁ ପହଞ୍ଚି ପାରୁନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ରାସ୍ତା ନିର୍ମାଣ କରି ଗମନାଗମନ ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Related posts

ଦାଣ୍ଡମୁକୁନ୍ଦପୁର ଗ୍ରାମ କଣ୍ଟନମେଣ୍ଟ ଜୋନ୍ ଘୋଷଣା

mahabharatanews

ଭୁବନେଶ୍ୱର ବିମାନବନ୍ଦରରୁ ୨.୭୯ କୋଟି ଟଙ୍କାର ସୁନା ଜବତ 

mahabharatanews

ବିକଳାନନ୍ଦ କରଙ୍କ ୫୦ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

mahabharatanews