ଦେଶ ବିଦେଶ

ସନ୍ଦେହି ଟ୍ରମ୍ପ: ଆମେରିକା ସେନାର କଲେ  ପଲିଗ୍ରାଫ୍ ଟେଷ୍ଟ 

ନିଜ ସେନା ଉପରେ ବିଶ୍ୱାସ କରୁ ନାହାନ୍ତି କି ଡୋନାଲ୍ଡ ଟ୍ରମ୍ପ। ପ୍ରାୟ ୫୦ ଜଣ ସାମରିକ ଅଧିକାରୀ ଏବଂ କର୍ମଚାରୀଙ୍କର ପଲିଗ୍ରାଫ୍ ଟେଷ୍ଟ  କଲେ ଟ୍ରମ୍ପ। ଇରାନ ଯୁଦ୍ଧ ମଧ୍ୟରେ ଆମେରିକାର ଅସ୍ତ୍ରଶସ୍ତ୍ର ଅଭାବର ରିପୋର୍ଟ ପ୍ରକାଶ ପାଇବା ପରେ କେହି  ବିଶ୍ୱାସଘାତକତା କରୁଛନ୍ତି କି  ତାହା ଖୋଜିବା ଆରମ୍ଭ କରିଛନ୍ତି।  ସେମାନେ ସାମ୍ବାଦିକମାନଙ୍କୁ ଗୋପନୀୟ ସୂଚନା ଦେଇଥିବେ କି ନାହିଁ ତାହା ଜାଣିବାକୁ କରିବାକୁ ଚେଷ୍ଟା କରିଛନ୍ତି। ୫୦ ଜଣ ସାମରିକ ଅଧିକାରୀଙ୍କୁ ପଲିଗ୍ରାଫ୍  ଟେଷ୍ଟ ମାଧ୍ୟମେର ବିଭିନ୍ନ ପ୍ରଶ୍ନ ପଚାରା ଯାଇଥିଲା। ପ୍ରଶ୍ନ ନଂ ୧- ସେମାନେ ଗଣମାଧ୍ୟମକୁ ଗୋପନୀୟ ସୂଚନା ଦେଉଛନ୍ତି କି?

ପ୍ରଶ୍ନ ନଂ ୨- ସେମାନେ କୌଣସି ସାମ୍ବାଦିକଙ୍କ ସହ ଆମେରିକାର ହ୍ରାସ ପାଉଥିବା ଅସ୍ତ୍ରଶସ୍ତ୍ର ଭଣ୍ଡାର ସମ୍ପର୍କିତ ସୂଚନା ସେୟାର କରୁଛନ୍ତି କି ?

 ତଦନ୍ତକାରୀମାନେ ବିଶେଷ ଭାବରେ ସେହି ରିପୋର୍ଟ ଉପରେ ଧ୍ୟାନ ଦେଉଛନ୍ତି ଯାହା ଇରାନ ଯୁଦ୍ଧ ପରେ ଆମେରିକାର ଦୂରଗାମୀ କ୍ଷେପଣାସ୍ତ୍ର ଏବଂ ପାଟ୍ରିଅଟ୍ ଇଣ୍ଟରସେପ୍ଟର ଭଳି ପ୍ରମୁଖ ଅସ୍ତ୍ରଶସ୍ତ୍ର ଭଣ୍ଡାରରେ ହ୍ରାସ ହୋଇଥିବା ପ୍ରକାଶ କରିଥିଲା।  ସୂଚନା ଅନୁଯାୟୀ, ଅଗଷ୍ଟ ମାସରେ ପ୍ରାୟ ୫୦ ଜଣଙ୍କ ସାମରିକ ଅଧିକାରୀ ଏବଂ କର୍ମଚାରୀଙ୍କର ପଲିଗ୍ରାଫ୍ ଟେଷ୍ଟ  କରାଯାଇଥିଲା। ଆମେରିକୀୟ ସାମରିକ ବାହିନୀରେ ଜଏଣ୍ଟ୍ ଷ୍ଟାଫ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଏଥିରେ ପ୍ରାୟ ୧,୫୦୦ ରୁ ୨,୦୦୦ ଅଧିକାରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି ପାଇଆନ୍ତି। ଏହି ସଂଗଠନ ବିଶ୍ୱବ୍ୟାପୀ ଆମେରିକୀୟ ସାମରିକ କମାଣ୍ଡରମାନଙ୍କ ସହିତ କାର୍ଯ୍ୟ, ନୀତି ଏବଂ ଯୁଦ୍ଧ ଯୋଜନା ସମନ୍ୱୟ କରିବାରେ ସହାୟତା କରିଥାଏ। ତେଣୁ, ଜଏଣ୍ଟ୍ ଷ୍ଟାଫ୍ର ସଦସ୍ୟଙ୍କର ପଲିଗ୍ରାଫ୍ ପରୀକ୍ଷା କରାଯିବା ନିଷ୍ପତ୍ତିକୁ ଏକ ଅସାଧାରଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଇରାନ ଯୁଦ୍ଧ ସମୟରେ, ଆମେରିକାର ଅସ୍ତ୍ରଶସ୍ତ୍ର ଭଣ୍ଡାର ସମ୍ପର୍କରେ ଅନେକ ରିପୋର୍ଟ ପ୍ରକାଶ ପାଇଥିଲା। କିଛି ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ସରିଯାଇଥିବା  ଖବର ପ୍ରକାଶ ପାଇଥିଲା।

Related posts

‘ପାକିସ୍ତାନରେ ତେଲ ସରିବାକୁ ବସିଛି କି?’ ସରକାର ସପ୍ତାହାନ୍ତରେ ଲକଡାଉନ୍ ଲାଗୁ କରିଛନ୍ତି ।

mahabharatanews

୪୨ ହଜାର ଟଙ୍କା ନେଇ ଛୁ ମାରିଲା ମାଙ୍କଡ, ତା’ପରେ…

mahabharatanews

ସରିଲା ଟେଷ୍ଟଡ୍ରାଇଭ, ଖୁବଶୀଘ୍ର ଚାଲିବ ଉଡନ୍ତା ଟ୍ୟାକ୍ସି

mahabharatanews