ଦେଶ ବିଦେଶ

ଯାତ୍ରୀବାହୀ ଜାହାଜ ନିଖୋଜ; ୧୦୩ ଉଦ୍ଧାର,୧୪୦ ନିଖୋଜ

ଇଣ୍ଡୋନେସିଆର ଜାଭା ସାଗରରେ ନିଖୋଜ ହେଲା ଯାତ୍ରୀବାହୀ ଜାହାଜ। ୨୪୩ ଜଣଙ୍କୁ ନେଇ ଯାଉଥିବା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।‘ଭର୍ଗୋ ଟ୍ରାନ୍ସପୋର୍ଟ-୮’ ନାମକ ଜାହାଜ ଶନିବାର ପୂର୍ବ ଜାଭାର ସୁରାବାୟାରୁ ବାଞ୍ଜାରମାସିନ୍ ଅଭିମୁଖେ ବାହାରିଥିଲା। ଖରାପ ପାଗ ମଧ୍ୟରେ ଆଜି ଭୋରୁ ଜାହାଜ ସହ ଯୋଗାଯୋଗ ହୋଇପାରିନଥିଲା। ଘଟଣା ପରେ ତୁରନ୍ତ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ୍ ଆରମ୍ଭ କରିଛନ୍ତି ଇଣ୍ଡୋନେସିଆ କର୍ତ୍ତୃପକ୍ଷ।

ବର୍ତ୍ତମାନ୧୦୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଆଉ ୧୪୦ ଜଣଙ୍କୁ ଖୋଜାଖୋଜ ଜାରି  ରହିଛି। ଜାଭା ସାଗରରେ ଶେଷ ଥର ପାଇଁ ଜାହାଜର ଅବସ୍ଥିତି ବାଞ୍ଜାରମାସିନରୁ ପ୍ରାୟ ୧୪୮ କିଲୋମିଟର ଦୂରରେ ଥିବା ଜଣାପଡ଼ିଛି। ଖରାପ ପାଗ ଯୋଗୁ ଜାହାଜ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା କୁହାଯାଉଛି। ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ସମୁଦ୍ରରେ ବଡ଼ଧରଣର ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି।

Related posts

ପଡ଼ୋଶୀମାନେ ଖରାପ ହୋଇପାରନ୍ତି,ନିଜକୁ ରକ୍ଷା କରିବା ପାଇଁ ଯାହା ସମ୍ଭବ କରିବୁ…

mahabharatanews

ନୂଆ ଟିମ୍ ଘୋଷଣା କରିଛନ୍ତି ନିତିନ ନବୀନ

mahabharatanews

ଚଳିତବର୍ଷ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ସାରା ଦେଶରେ ଟପର୍‌ ହୋଇଛନ୍ତି ଓଡ଼ିଆ ଛାତ୍ରୀ

mahabharatanews