ଓଡିଶା

କଣିହାଁରେ ଓଡ଼ିଶା ବନ୍ଦକୁ କଂଗ୍ରେସର ସମର୍ଥନ

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC) ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ଏବଂ INDIA ବ୍ଲକ୍‌ର ସହଯୋଗରେ ଗୁରୁବାର ଓଡ଼ିଶା ବନ୍ଦ ପାଳନ କରାଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଇଥିଲା। MMDR (Mines and Minerals Development and Regulation) Amendment Act, ୨୦୨୬ ପ୍ରତ୍ୟାହାର, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ଓଡ଼ିଶାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ଅନ୍ୟାନ୍ୟ ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଥିଲା। ବନ୍ଦ ପାଳନ ସମୟରେ ବିଭିନ୍ନ ସ୍ଥାନରେ ଦୋକାନବଜାର, ଯାତାୟାତ ଓ ବ୍ୟବସାୟିକ ପ୍ରତିଷ୍ଠାନ ପ୍ରଭାବିତ ହୋଇଥିଲା।

INDIA ବ୍ଲକ୍ ପକ୍ଷରୁ ବନ୍ଦ ସମୟରେ ଜରୁରୀକାଳୀନ ସେବା, ଆମ୍ବୁଲାନ୍ସ, ଅଗ୍ନିଶମ ସେବା ଓ ଚିକିତ୍ସା ସେବାକୁ ବାଦ ଦିଆଯାଇଥିଲା। ଏହି ରାଜ୍ୟବ୍ୟାପୀ ବନ୍ଦରେ କଣିହାଁ ବ୍ଲକ କଂଗ୍ରେସ କମିଟି ମଧ୍ୟ ସାମିଲ ହୋଇଥିଲା। କଂଗ୍ରେସ କର୍ମୀ ଓ ସମର୍ଥକମାନେ ବନ୍ଦକୁ ସଫଳ କରିବା ପାଇଁ ବିଭିନ୍ନ ସ୍ଥାନରେ ପିକେଟିଂ ଓ ପ୍ରତିବାଦ କରିଥିଲେ। କଂଗ୍ରେସ ପକ୍ଷରୁ ରାଜ୍ୟର ହିତ ଏବଂ ଗଣତାନ୍ତ୍ରିକ ଅଧିକାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କ ଉପରେ ଦାବି ପୂରଣ ପାଇଁ ଚାପ ସୃଷ୍ଟି କରାଯାଇଥିବା କୁହାଯାଇଛି।

Related posts

ସୁଶାନ୍ତଙ୍କ ମା’ଙ୍କୁ ସମ୍ବର୍ଦ୍ଧନା

mahabharatanews

ଯାଜପୁର ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ଚକ୍ରବର୍ତ୍ତୀ ସିଂହ ରାଠୋର

mahabharatanews

ଚନ୍ଦ୍ରରେ ଇତିହାସ ରଚିଲା ଭାରତ 

mahabharatanews