ଓଡିଶା

ଅନୁଗୋଳ ଜିଲ୍ଲା ସାମ୍ବାଦିକ ୟୁନିୟନର ଦ୍ବିବାର୍ଷିକ ନିର୍ବାଚନ ନୂତନ କମିଟି ଗଠିତ

ଅନୁଗୋଳ ସହର ସ୍ଥିତ ପ୍ରଶାନ୍ତି ହୋଟେଲ ପରିସରରେ ଅନୁଗୋଳ ଜିଲ୍ଲା ସାମ୍ବାଦିକ ୟୁନିୟନର ସାଙ୍ଗଠନିକ ବୈଠକ ସହ ଦ୍ବିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଭାପତି ଅଜିତ କୁମାର ଧର ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସାଙ୍ଗଠନିକ ବୈଠକ ରେ ବିଗତ ବର୍ଷ ର ଆୟ ବ୍ୟୟ ହିସାବ ପାଠ କରାଯିବା ସହିତ ନୂତନ କମିଟି ଗଠନ ପାଇଁ ଘୋଷଣା କରାଯାଇଥିଲା । ନିର୍ବାଚନ ଅଧିକାରୀ ଭାବରେ ସାମ୍ବାଦିକ ସନ୍ତୋଷ କୁମାର ମିଶ୍ର, ସହ ନିର୍ବାଚନ ଅଧିକାରୀ ଭାବରେ ସାମ୍ବାଦିକ ଦିଲ୍ଲୀପ କୁମାର ସାହୁ ଙ୍କୁ ସର୍ବ ସମ୍ମତି କ୍ରମେ ଦାୟିତ୍ୱ ଦିଆଗଲା ।

ନୂତନ ଭାବରେ ସର୍ବ ସମ୍ମତି କ୍ରମେ ସଭାପତି ଭାବରେ ଅଜିତ କୁମାର ଧର, କାର୍ଯ୍ୟକାରୀ ସଭାପତି ଭାବରେ ସୁଧାକର ସାହୁ, ଉପସଭାପତି ଭାବରେ ତ୍ରିବେଣୀ ସାହୁ, କମଳାକାନ୍ତ ମିଶ୍ର, ବିନୟ କୁମାର ପଟ୍ଟନାୟକ, ତ୍ରିଲୋଚନ ନାୟକ, ସାଧାରଣ ସମ୍ପାଦକ ଭାବରେ ମାନସ ମହାନ୍ତି, ସହ ସମ୍ପାଦକ ଭାବରେ ରାଜେଶ ପାତ୍ର, କୋଷାଧକ୍ଷ ଭାବରେ ଦିନେଶ ନାୟକ, ସାଂସ୍କୃତିକ ସମ୍ପାଦକ ଭାବରେ ସନ୍ତୋଷ ପରିଡା, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଦିଲ୍ଲୀପ କୁମାର ସାହୁ,ପରାମର୍ଶ ଦାତା ଭାବରେ ସନ୍ତୋଷ କୁମାର ମିଶ୍ର, ସ୍ୱାଧୀନ ସାମଲ, ରାଜେଶ ସେକସେରିଆ, ଦାମୋଦର ନାୟକ, ଶତ୍ରୁଘ୍ନ ସାହୁ, ସୂଚନା ଓ ଲୋକ ସମ୍ପର୍କ ଦାୟିତ୍ୱ ରେ ନିପୁ ଭୁତିଆ ଙ୍କୁ ଚୟନ କରା ଯାଇଥିଲା ।

ନୂତନ ଭାବରେ ଶ୍ରୀ ଧର ସମସ୍ତ କାର୍ଯ୍ୟ କର୍ତ୍ତା ଓ ସଭ୍ୟ ମାନଙ୍କୁ କୃତଜ୍ଞତା ଜଣାଇ ଆଗାମୀ ଦିନରେ ସଂଗଠନ କୁ ଆହୁରି ମଜଭୁତ କରିବାକୁ ସମସ୍ତେ ଯତ୍ନବାନ ହେବାକୁ କହିଥିଲେ । ଅନୁଗୋଳ ଜିଲ୍ଲା ର ସମସ୍ତ ଅଂଚଳ ର ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।

Related posts

୧୦ ପ୍ରସ୍ତାବ ଉପରେ ବାଜିପାରେ ମୋହର

mahabharatanews

ଜୟପୁରରେ ୧୪୪ ଧାରା ଜାରି

mahabharatanews

ରାଜ୍ୟରେ ଖୋଲିବ ୫ ହଜାର ମିଶନ ଶକ୍ତି ବଜାର

mahabharatanews