ଓଡିଶା

ବିଭିନ୍ନ ଦାବି ନେଇ ଜିଲ୍ଲାପାଳ ଭେଟିଲେ ଅଙ୍ଗନବାଡ଼ି କର୍ମୀ

ବଲାଙ୍ଗୀର ଜିଲ୍ଲାରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ବିଶାଳ ରାଲି। ନିଜର ବିଭିନ୍ନ ଦାବି ପୂରଣ ନେଇ ଏକାଠି ହୋଇଥିଲେ ଜିଲ୍ଲାର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ। ଟାଉନ୍ ହଲ୍ ସମ୍ମୁଖରୁ ଆରମ୍ଭ ହୋଇଥିବା ଏହି ରାଲି ବଲାଙ୍ଗୀର ଜିଲ୍ଲାପାଳ ଅଫିସ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ସମସ୍ତେ ଏକାଠି ହୋଇ ଧାରଣା ଦେବା ସହ ନିଜର ବିଭିନ୍ନ ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲେ।

ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ଶିଶୁଙ୍କ ଯତ୍ନ, ପୁଷ୍ଟିସାଧନ ଏବଂ ମହିଳା ଓ ଶିଶୁ ବିକାଶ କାର୍ଯ୍ୟକ୍ରମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବା ବେଳେ ନିଜର ଦାବି ପୂରଣ ପାଇଁ ଆଜି ଏହି ଆନ୍ଦୋଳନ କରିଛନ୍ତି।ତେବେ ଆନ୍ଦୋଳନକାରୀଙ୍କ ଦାବି ଉପରେ ସରକାର କି ପଦକ୍ଷେପ ନେଉଛନ୍ତି ଏବଂ କେବେ ଦାବି ପୂରଣ ହେଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର।

Related posts

ଏନଟିପିସି ଟାଉନ ପୁଲିସ୍ ପକ୍ଷରୁ ୧୩ହଜାର ଜୋରିମନା ଆଦାୟ

mahabharatanews

ପୋଲିସ ବାବୁଙ୍କ ସୁପର ଫିଟନେସ

mahabharatanews

କାଠ ପଡ଼ି ଯିବାରୁ ଚାଲିଗଲା ପତ୍ନୀର ଜୀବନ

mahabharatanews