ଚାନ୍ଦବାଲିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଏବିଭିପି ଛାତ୍ର ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିଜର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି l ଛାତ୍ରଛାତ୍ରୀ ମାନେ ଏବିଭିପି ର ପ୍ରାଥୀଙ୍କୁ ଭୋଟ ଦେଇ ଜିତାଇବାକୁ ପ୍ରାଥୀମାନେ ଆହ୍ୱାନ ଦେଇଛନ୍ତି. ଏବିଭିପି ର ପ୍ରାଥୀମାନେ ଜିତିଲେ ଚାନ୍ଦବାଲି ମହାବିଦ୍ୟାଳୟ ରେ ଲାଗିରହିଥିବା ବିଭିନ୍ନ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିସୃତି ଦିଆଯାଇଛି l
ଚାନ୍ଦବାଲି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟା, ଶିକ୍ଷାର ମାନ ବୃଦ୍ଧି ଏବଂ ମହାବିଦ୍ୟାଳୟର ବିକାଶକୁ ନେଇ ନିଜର ଆଭିମୁଖ୍ୟ ରଖିଛି ଏବିଭିପି। ଆଗାମୀ ଛାତ୍ର ସଂସଦ ନିର୍ବାଚନରେ ଛାତ୍ରଛାତ୍ରୀଙ୍କ ସମର୍ଥନ ହାସଲ କରିବା ସହ କ୍ୟାମ୍ପସରେ ଛାତ୍ରଙ୍କ ସ୍ୱରକୁ ଆହୁରି ଶାଣିତ କରିବା ଲକ୍ଷ୍ୟ ରଖିଛି ସଂଗଠନ।
