ଓଡିଶାପାଣିପାଗ

ଦଶହରାରେ ପାଗକୁ ନେଇ ପୂର୍ବାନୁମାନ…

ଆଉ ୩,୪ଦିନ ପରେ ଦଶହରା । ଦଶହରାରେ ପାଗ କେମିତି ରହିବ ତାକୁ ନେଇ ଚିନ୍ତା । କାରଣ ବର୍ଷା ହେଲେ ଦଶହରା ବୁଲାବୁଲି ଓ ଭସାଣୀ ପିକା ପଡିଯିବ । ତେଣୁ ଦଶହରାରେ ପାଗକୁ ନେଇ ପୂର୍ବାନୁମାନ କରାଯାଇଛି । ପ୍ରଫେସର ପଶୁପାଳକଙ୍କ ଅନୁଯାୟୀ, ଚଳିତବର୍ଷ ଦଶହରା ସମୟରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି । କିନ୍ତୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ରହିଛି । ଏହାର ପ୍ରଭାବରେ ଅକ୍ଟୋବର ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ ।

ପରବର୍ତ୍ତୀ ସମୟରେ ଅକ୍ଟୋବର ୧୪ରୁ ୧୬ ମଧ୍ୟରେ ଏହା ଅଧିକ ସଂଗଠିତ ହୋଇ ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଅକ୍ଟୋବର ୧୨ରୁ ୧୬ ତାରିଖ ମଧ୍ୟରେ ପଶ୍ଚିମ, ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ ପାଗ ପ୍ରାୟ ଶୁଖିଲା ରହିବ। ଦକ୍ଷିଣ ଓ ଉପକୂଳ ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ କାଁ ଭାଁ ହାଲୁକା ବର୍ଷା ହୋଇପାରେ । ଅକ୍ଟୋବର ୧୭ରୁ ୧୯ ତାରିଖ ମଧ୍ୟରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ହାଲୁକା ଏବଂ ଅଳ୍ପ କିଛି ସ୍ଥାନରେ ମଧ୍ୟମ ବର୍ଷା ହୋଇପାରେ। କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଏହି ସମୟରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପାଗ ପ୍ରାୟ ଶୁଖିଲା ରହିପାରେ।

Related posts

ଆସନ୍ତାକାଲି ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍

mahabharatanews

କାନ୍ଧ ଦେଲାନି ପରିବାର, ମୁଖାଗ୍ନି ଦେଲେ କମିଶନର  

mahabharatanews

ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ସ୍ଥଳୀ ଗୁଡ଼ିକରେ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ

mahabharatanews